ଥେରୁବାଲି ରାଜସ୍ୱ ନିରକ୍ଷକ ସାର୍କିଲ ରେ ଆଦିବାସୀ ଜମି ମାଫିଆ ଙ୍କ ଦୌରାତ୍ୟାମ

ରାୟଗଡା ଶୁଭେଚ୍ଛାମ ବାର୍ତ୍ତା,(ଅମୁଲ୍ୟ ନିଶଙ୍କ): ରାୟଗଡା ଜ଼ିଲ୍ଲା ଅନ୍ତର୍ଗତ କୋଳନରା ତହସିଲ ର ଥେରୁବାଲି ରାଜସ୍ୱ ନିରୀକ୍ଷକ ସାର୍କିଲ ର ଥେରୁବାଲି ବିଷମକଟକ ରାଜ୍ୟ ରାଜପଥ କୁ ଲାଗି ରାଗି ରହିଥିବା ବୁରଯୁଗୁଡା ନିକଟସ୍ଥ ଜୋବହାର ନବଦୋୟ ବିଦ୍ୟାଳୟ ପାଠକ ନିକଟରେ ରହିଥିବା ନିରୀହ ଆଦିବାସୀ ଙ୍କ ଜମି କୁ କୌଣସି ଏକ ଜମିମାଫିଆ ଶାଗ ମାଛ ଦରରେ କିଣି ତାହା ନିକଟରେ ଥି କେତେକ ସରକାରୀ ଜମିକୁ ନିଜ ଅକ୍ତିୟାର ରେ ନେଇଥିବା ସ୍ଥାନୀୟ ଜନସାଧାରଣ ନିଜ ନାମକୁ ଗୋପନ ରଖି ଅଭି ଯୋଗ କରିଛନ୍ତି l ପ୍ରକାଶ ଥାଉକି ଉକ୍ତ ଆଦିବାସୀ ଜମି ନିକଟରେ ଥିବା ସରକାରୀ ଜମିରେ ସହ ସହ ବର୍ଷ ର ପୁରୁଣା ମହୁଲ, ଆମ୍ବ ଓ ଅନ୍ୟାନ୍ୟ ଗଛ ସବୁ କାଟି ନିଜ ଅକ୍ତିଆର କୁ ନେଇଥିବା ର ଅଭିଯୋଗ କରିଛନ୍ତି l ଠିକ ସେହିପରି କେତେକ ଜମି ମାଫିଆ ମାନେ ଗୋଚର ଜମିରେ ଚାଷ କରୁଥିବା ର ମଧ୍ୟ୍ୟ ଅଭିଯୋଗ ହୋଇସଜି l ଥେରୁବାଲି ଆର ଆଇ ଙ୍କ ଅଧିନସ୍ଥ ବୁରଯୁଗୁଡା, ଏଲଗାନୁପାଡୁ, ଥରୁରୁବାଲି ଇମ୍ଫା କାରଖାନା ଦେଇ ଥେରୁବାଲି ଗାଁ କୁ ଯିବା ରାସ୍ତା ନାଳ ପାଖର ଗୋଚର ଜମି କୁ ମଧ୍ୟ୍ୟ କେତେକ ବ୍ୟକ୍ତି ନିଜ ଅକ୍ତିଆର କି ନେଇଥିବା ର ଅଭିଯୋଗ ହେଉଛି l ଏସବୁ ଜାଣି ସୁଦ୍ଧା ସ୍ଥାନୀୟ ଆର ଆଇ କି ତହସିଲଦାର ସବୁ ଜାଣି କିଛି ନା ଜାଣିଲା ପରି ନିଦାନ ବିଷ୍ଣୁ ସାଜି ଚୁପ ବସିଛନ୍ତି ବୋଲି ଜନସାଧାରଣ ଅଭିଯୋଗ କରିଛନ୍ତି l ରାଜ୍ୟ ରାଜ ପଥ କଡ଼ରୁ ବହୁ ବର୍ଷ ପୂର୍ବରୁ ବ୍ୟୁକ୍ଷ ମାନଙ୍କୁ କାଟିଦିଆଗଲା ଫୋରେଷ୍ଟ ବିଭାଗ ଅଧିକାରୀ ଙ୍କ ନଜର କିପରି ଆସିଲା ନାହିଁ ବୋଲି ଲୋକେ ଆଲୋଚନା କରୁଛନ୍ତି l ଆଦିବାସୀ ଙ୍କ ଜମି କୁ କିଣି ତା ପାଖରେ ଥିବା ସରକାରୀ ଜମି ଅକ୍ତିଆର କରିଥିବା ବ୍ୟକ୍ତି ଉପରେ ଦୃଢ କାର୍ୟନୁଷ୍ଠାନ ପାଇଁ ଦାବୀ ହେଉଛି l