ଭାରତ ରତ୍ନରେ ମହିମା ମଣ୍ଡିତ ହେବେ ଲାଲକୃଷ୍ଣ ଆଡଭାନୀ

ବ୍ରହ୍ମପୁର,୩/୨(କାହ୍ନୁ ଚରଣ ପତି): ଭାରତର ବିକାଶରେ ଅବିସ୍ମରଣୀୟ ଅବଦାନ ପାଇଁ ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନରେ ମହିମାମଣ୍ଡିତ ହେବେ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡ଼ଭାନୀ । ଶ୍ରୀ ଆଡ଼ଭାନୀ ନିଜର ରାଜନୈତିକ ପରାକାଷ୍ଠା ସହ ବିଭିନ୍ନ ସାମାଜିକ ଆନ୍ଦୋଳନର ଜନକ ଅଟନ୍ତି । ଆଜି ଅଯୋଧ୍ୟାରେ ଯେଉଁ ଭବ୍ୟ ରାମ ମନ୍ଦିର ତିଆରି ହୋଇଛି ସେ ହିଁ ରାମ ଜନ୍ମଭୂମିରେ ମନ୍ଦିର ନିର୍ମାଣ ନିମନ୍ତେ ଆନ୍ଦୋଳନର କର୍ଣ୍ଣଧାର ଥିଲେ । ନିଜର ସମାଜ ପ୍ରତି ଦାୟିତ୍ୱବୋଧ ଓ କର୍ତ୍ତବ୍ୟ ନିଷ୍ଠା ନିମନ୍ତେ ଭାରତ ସରକାର ମାନନୀୟ ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନରେ ସମ୍ମାନୀତ କରିବେ । ଏଣୁ ଭାରତୀୟ ଜନତା ପାର୍ଟି ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପକ୍ଷରୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତି ଏବଂ ଦଳୀୟ ନେତୃବୃନ୍ଦ ଶ୍ରୀଯୁକ୍ତ ଆଡ଼ଭାନୀଙ୍କୁ ଅଭିନନ୍ଦନ ଜଣାଇବା ସହ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ।