ରାୟଗଡା,(ଅମୁଲ୍ୟ ନିଶଙ୍କ):ରାୟଗଡ଼ା ଜିଲ୍ଲା,କୋଲନରା ବ୍ଲକର ସ୍ଥାନୀୟ କୋଲନରା ଗ୍ରାମ ରେମାଁ ମୁତ୍ୟାଲାମା ଯୁବକସଙ୍ଗ ଦ୍ୱାରା ଆୟୋଜିତ ଭୋଲିବଲ୍ ଟୁର୍ନାମେଣ୍ଟ ଗତ କିଛିଦିନ ଧରି ଅନୁଷ୍ଠିତ ହୋଇଥିଲା l ଏହି ଟୁର୍ନାମେଣ୍ଟ ରର ସର୍ବମୋଟ 16 ଗୋଟି ଦଳ ଭାଗନେଇଥିଲେ lଫାଇନାଲ୍ ଏକ ରୋମାଞ୍ଚକର ଖେଳ ରାୟଗଡା ସହର ର ଢ଼େପସାହି ଓ ସେରୀଗୁଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଏଥିରେ ଢ଼େପସାହି ଦଳ ବିଜୟ ହୋଇ ଚମ୍ପିୟାନ ହୋଇଥିଲେ l ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସମବାୟ ବ୍ୟାଙ୍କର ମାନ୍ୟବର ନିର୍ଦ୍ଦେଶକ ଶ୍ରୀ ଜଗନ୍ନାଥ ନଣ୍ଡ୍ରୁକା ମହୋଦୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭଗବାନ ଙ୍କ ଠାରେ ପୂଜାର୍ଚନା କରି ରିବନ କାଟି ଖେଳ ର ଆରମ୍ବ କରିଥିଲେ l ବିଜେତା ଦଳକୁ ଟ୍ରଫି ସହିତ ନଗଦ 15 ହଜାର ଓ ଉପବିଜେତା ଦଳ କୁ ଟ୍ରଫି ସହିତ ନଗଦ 10 ହଜାର ଟଙ୍କା ପ୍ରଦାନ କରିଥିଲେ l ଖେଳ ହିଁ ମନୁଷ୍ୟ ର ଉତ୍ତମ ସ୍ୱାସ୍ଥ୍ୟ ରଖିବାରେ ସାହାଯ୍ୟ କରିଥାଏ ଏହି ଟୁର୍ନାମେଣ୍ଟ ଦ୍ୱାରା ଆମେ ସମସ୍ତେ ଏକ ଭାଇଚାରାରେ ବାନ୍ଧି ହୋଇପାରିଛେ ବୋଲି କହିଥିଲେ l ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ କେସିସି ବ୍ୟାଙ୍କ ନିର୍ଦ୍ଦେଶକ ଶ୍ରୀ ବନାଗାଡି ତ୍ରିପତି ଯୋଗ ଦେଇଥିଲେ l ତାଙ୍କରି ସହ ଏହି ଉତ୍ସବରେ ଏ ନିମନ୍ତ୍ରିତ ଅତିଥିଭାବେ ରାଜ୍ୟ ବିଜୁ ଶ୍ରମିକ ସାମୁଖ୍ୟ ସଂଜଯୋକ ଶ୍ରୀ ନିରଞ୍ଜନ ପାତ୍ର ,ବିଜୁ ଜନତା ଦଳ ର ବରିଷ୍ଟ କର୍ମୀ ଶ୍ରୀ ମେଡିଆପାଲ ସ୍ବାମୀ,ଜିଲ୍ଲା ବିଜୁ ଜନତା ଦଳ ର ଉପସଭାପତି ଶ୍ରୀ ଡି . ଶ୍ରୀନିବାସ , ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ଉପସଭାପତି ଶ୍ରୀ ଉଦୟ ହିମିରିକା , କୋଲନରା ଗ୍ରାମପଞ୍ଚାୟତ ସମିତି ସଭ୍ୟ ଶ୍ରୀ ରାଇସିଁ ତାଡିଙ୍ଗି, ଥେରୁବାଲି ସମିତି ସଭ୍ୟ , କଟିକଣା ସମିତି ସଭ୍ୟ,କେଲିଗୁଡ଼ା ସମିତି ସଭ୍ୟ ,ଲେମ୍ପସ୍ ସଭାପତି ଶ୍ରୀ ଶୁକ୍ରୁ ପିର୍ବାକା, ରାୟଗଡା ହୋଲସେଲ ସଭାପତି ଶ୍ରୀ ଲେଙ୍କା ଜେନାର୍ଧନ, କୋଲନରା ନାଇବ ସରପଞ୍ଚ ଶ୍ରୀମତି ଗୋର୍ଲି ନାଗମଣି ,ସମସ୍ତ ୱାର୍ଡ ସଭ୍ୟ ଗଣ ସକ୍ରିୟ କର୍ମୀ ଅଶୋକ ହିକକା,ଇପିଲି ଚନ୍ଦ୍ର ସେଖର ,ଆନଦ କାଡ଼୍ରାକା, ନବୀନ ମାଣ୍ଡାଗି, ମୁକୁନା ସାରାକା,ଲଛାମାୟା,କାମି ପିର୍ବାକା ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ l ଏହି ଟୁର୍ନାମେଣ୍ଟ କୁ କେ ତିରୁପତି ରାଓ ,ଜି ରବି କୁମାର ,ରଂଜିତ କଣ୍ଡଗୋରି,ଶ୍ରୀକାନ୍ତ ତୋଇକା ,ଟି ସାକୁମାର ,ହୂରସିକେଶ କଣ୍ଡଗୋରି ,ମେଡ଼ି ନବୀନ,ଚକ୍ର କଣ୍ଡଗୋରି, କେରବି,ତୋଇକା ସାଇ କୁମାର ଆୟୋଜନ ଓ ପରିଚାଳନା କରିଥିଲେ l ନିମଂତ୍ରିତ ଅତିଥି ଏହି ଅଞ୍ଚଳର ଜନସାଧାରଣ ବିପୁଳ ମାତ୍ରାରେ ଯୋଗ ଦେଇ ଉକ୍ତ କାର୍ଯ୍ୟକ୍ରମ କୁ ସଫଳମଣ୍ଡିତ କରିଥିଲେ l