ଯୁବ ବିକାଶରେ ଯୋଗାଭ୍ୟାସ ଓ ବ୍ୟକ୍ତିତ୍ବ ବିକାଶହିଁ ଶ୍ରେଷ୍ଠ ବିକାଶ।

ରାୟଗଡା,(ଶୁଭମ ପାଣି): ଆଜି ରାୟଗଡା ଜିଲ୍ଲା, ଗୁଣପୁର ବ୍ଲକ ଅନ୍ତର୍ଗତ ଡ଼ମ୍ବସରା ଯୁକ୍ତ 2 ମହାବିଦ୍ୟାଳୟରେରାଜ୍ୟ ସରକାରଙ୍କ ଦ୍ବାରା ପ୍ରାୟୋଜିତ ନବୀନ ଓଡିଶା ଯୁବ ଓଡ଼ିଶା କାର୍ଯ୍ୟକ୍ରମର ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଡିସେମ୍ବର 7 ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମରେ କାର୍ଯ୍ୟସୂଚୀ ପ୍ରକାରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତା, ସାଂସ୍କୃତିକ ପ୍ରତିଯୋଗିତା ତଥା ସାମାଜିକ ସଚେତନତା କୁ ନେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଆସିଥିଲା। ଆଜି ଉକ୍ତ ପ୍ରତିଯୋଗିତାରେରେ ଚୟନ ହୋଇଥିବା ପ୍ରତିଯୋଗୀଙ୍କ ପୁରସ୍କାର ବିତରଣ ଉତ୍ସବ ପାଳନ ହୋଇଥିଲା। ମୁଖ୍ୟ ଅତିଥି ରୂପେ ଅନୁଷ୍ଠାନର ପୂର୍ବତନ ସଭାପତି ଶ୍ରୀଯୁକ୍ତ ବାସୁଦେବ ସାହୁକାର ଯୋଗଦେଇ ଅନୁଷ୍ଠାନର ଅଧ୍ୟାପକ ଓ କର୍ମଚାରୀଙ୍କ ତ୍ୟାଗ ଓ ଆଦର୍ଶର ଭୁୟସୀ ପ୍ରଶଂସା କରିଥିଲେ। ମୁଖ୍ୟବକ୍ତା ରୂପେ ସମାଜ ସେବୀ ତଥା ଚିନାସାରି ଉଚ୍ଚ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ଶ୍ରୀଯୁକ୍ତ ଉମାଶଙ୍କର ଦାସ ଯୋଗଦେଇ ରାଷ୍ଟ୍ର ଗଠନରେ ଶିକ୍ଷାର୍ଥୀଙ୍କ ଭୂମିକା ଓ ଯୁବଶକ୍ତିର ବିକାଶରେ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମର ଆଵଶ୍ୟକତା ସମ୍ବନ୍ଧରେ ଆଲୋକପାତ କରିଥିଲେ। ନୋଡାଲ ଅଫିସର ଡ଼ଃ ପ୍ରଶାନ୍ତ କୁମାର ହୋତା ଅତିଥୀଙ୍କ ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମର ବିବରଣୀ ପାଠ କରିଥିଲେ। ଅନୁଷ୍ଠାନର ଅଧ୍ଯକ୍ଷ ଶ୍ରୀଯୁକ୍ତ ବିଦ୍ଯାଧର ନାହାକଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡମ୍ବସରା ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତି ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ଘାସି ଶବର ତଥା ସରସ୍ଵତୀ ଶିଶୁ ମନ୍ଦିରର ଉପସଭାପତି ଶ୍ରୀଯୁକ୍ତ ବଳରାମ ଦାମୋଦର ଏବଂ ସମାଜ ସେବୀ ଶ୍ରୀମତୀ ସବିତା ସାହୁକାର ଉପସ୍ଥିତ ଥିଲେ । ଅଧ୍ୟାପକ ଶେଷଶାୟୀ ସେନାପତି ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ଅଧ୍ୟାପକ ସନ୍ତୋଷ ହୋତା ପୁରସ୍କାର ବିତରଣ କାର୍ଯ୍ୟକ୍ରମର ଦାୟିତ୍ୱ ତୁଲାଇଥିଲେ। ପ୍ରତିଯୋଗିତାରେ ଦ୍ବିତୀୟ, ତୃତୀୟ ହୋଇଥିବା ଏବଂ ଅଂଶଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।ପରିଶେଷରେ ବରିଷ୍ଠ କିରାଣୀ ଶ୍ରୀ ସହଦେଵ ମଲ୍ଲିଫୁଲ ଧନ୍ୟବାଦ ଅର୍ପଣ କରିଥିଲେ।