ବୀରମହାରାଜପୁର -(ଶାନ୍ତନୁ କୁମାର କର୍ଣ୍ଣ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ଗୁରୁବାର ଲକ୍ଷ୍ମୀ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଗ୍ରାମର ଜଗନ୍ନାଥ ମନ୍ଦିର ଠାରେ ପୂଜାର୍ଚ୍ଚନା କରି ପ୍ରଭୁ ଜଗନ୍ନାଥଙ୍କ ଆଜ୍ଞାମାଳ ଓ ଶୁଭସ୍ତମ୍ଭ ଧରି ନାମ ସଂକୀର୍ତ୍ତନ ସହ ଏକ ଆଧ୍ୟାତ୍ମିକ ପରିବେଶରେ ନଗର ପରିକ୍ରମା କରାଯାଇ ମନ୍ଦିର ନିର୍ମାଣ ସ୍ଥଳରେ ପହଞ୍ଚିଥିଲେ। ସେଠାରେ ରୀତିନୀତି ଅନୁସାରେ ମା’ ଲକ୍ଷ୍ମୀଙ୍କ ଭାବ୍ୟ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହେଉଥିଲା। ପୂଜକ ପଣ୍ଡିତ ସଦାନନ୍ଦ ପଣ୍ଡା , ସଚ୍ଚିଦାନନ୍ଦ ପଣ୍ଡା , ବନମାଳୀ ଚାନ୍ଦପୂଜା ଓ ପ୍ରଦିପ ରଥ ପ୍ରମୁଖ ପୂଜା କାର୍ଯ୍ୟ ତୁଲାଇଥିଲେ। ପ୍ରେମାନନ୍ଦ ଜଟି ଧର୍ମପତ୍ନୀ ସ୍ନେହାରାଣୀ ଜଟି ସୁରୁଖୁରୁରେ କର୍ତ୍ତା ଦାଇତ୍ୱ ସମାପନ କରିଥିଲେ। ଲକ୍ଷ୍ମୀ ପୂଜା କମିଟିର ସଭାପତି ଲବ କୁମାର ସାହୁ,ଉପ ସଭାପତି ଧନଞ୍ଜୟ ସାହୁ, ସମ୍ପାଦକ ତ୍ରୟଞ୍ଜିବୀ ମିଶ୍ର,ସହ ସମ୍ପାଦକ ବିଦ୍ୟାଧର ଖୁର୍ଡୀଆ, କୋଷାଧ୍ୟକ୍ଷ ସତ୍ୟମୋହନ ବେଦପାଣି, ଉପଦେଷ୍ଟା ରାଜ ଗୋପାଲ ପାଣିଗ୍ରାହୀ ଓ କୁଶ କୁମାର ସାହୁଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଅଞ୍ଚଳର ବହୁ ଜନସାଧାରଣ ଶୋଭାଯାତ୍ରାରେ ସାମିଲ ହୋଇଥିବା ବେଳେ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ ।