ବୀରମହାରାଜପୁର -(ଶାନ୍ତନୁ କୁମାର କର୍ଣ୍ଣ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବସଷ୍ଟାଣ୍ଡ ନିକଟସ୍ଥ ଦୁର୍ଗା ମଣ୍ଡପ ଠାରେ ଦ ସ୍କରପିଆନ କ୍ଳବ ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଓ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶାନ୍ତି ଲୁହା, ଉପାଧ୍ୟକ୍ଷ ନାରାୟଣ ଲୁହା, କଳାପଥର ସମିତି ସଭ୍ୟ ଅରବିନ୍ଦ ବାରିକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଉକ୍ତ ଶିବିରକୁ ଶୁଭାରମ୍ଭ କରିଥିଲେ। ଏଥିରେ ୩୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ବେଳେ ୧୫ ଜଣ ବ୍ୟକ୍ତି ନିଜ ନାମ ପଞ୍ଜିକରଣ କରି ମାଗଣା ଚକ୍ଷୁ ପରୀକ୍ଷା କରାଇଥିଲେ। ରକ୍ତ ପ୍ରତଟି ଜୀବନ ପାଇଁ ମୂଲ୍ୟବାନ ଅଟେ ଓ ରକ୍ତଦାନ ମହାପୁଣ୍ୟ ଉଦ୍ଧେଶ୍ୟ ନେଇ ରକ୍ତ ଦାତା ମାନେ ଉତ୍ସାହିତ ହୋଇ ସ୍ବେଛାକୃତ ଭାବେ ରକ୍ତ ଦାନ କରିଥିଲେ। ଯୁବ ସମାଜସେବୀ ମନୋଜ କୁମାର ରଥଙ୍କ ନେତୃତ୍ବରେ ଉକ୍ତ ଶିବିର ଆୟୋଜନ ହୋଇଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ଲକ୍ଷ୍ମଣ ସାହୁ,ଗୁଲେଖ ଦଣ୍ଡସେନା,ସନ୍ତୋଷ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। କ୍ଳବ ସଦସ୍ୟ ସନ୍ତୋଷ ବେହେରା ରକ୍ତଦାନ ଶିବିରକୁ ପରିଚାଳନା କରିଥିଲେ । ସମସ୍ତ ରକ୍ତଦାତାଙ୍କୁ ଆୟୋଜକ କ୍ଲବ ପକ୍ଷରୁ କୃତଜ୍ଞତା ଓ ଧନ୍ୟବାଦ ଦେଇଥିଲେ। ଡ଼. ପ୍ରଣବ କୁମାର ମହାପାତ୍ର ସମସ୍ତ ରକ୍ତ ଦାତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ରକ୍ତ ସଂଗ୍ରହ କରିଥିଲେ। ସୋନପୁର ବ୍ଳଡ ବ୍ୟାଙ୍କ କର୍ମଚାରୀ ଜଗତ ଧରୁଆନ,ଟିଟୁ ଭୋଇ ଓ ଯୁଧିଷ୍ଠିର ନାଏକ ରକ୍ତ ସଂଗ୍ରହ ସହଯୋଗ କରିଥିଲେ।