ଗଞ୍ଜେଇ ସହ କାର ଜବତ, ଦୁଇ ଜଣ ଗିରଫ !

ଆଠମଲ୍ଲିକ,୨୧/୧୧(ବୁଲୁ ଦଳେଇ): ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଜଗନ୍ନାଥଙ୍କ ମନ୍ଦିର ଠାରେ ଓ ଡି ୦୨ ସି ଏଲ ୪୨୦୭ ନମ୍ବର ର ଏକ କାର ରେ ୧୪୦ କିଲୋ ଗଞ୍ଜେଇ ଭର୍ତ୍ତି କାର ଜବତ କରିବା ସହ ୨ ଜଣ କୁ ଅବକାରୀ ବି ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ସୂଚନା ନେବାରେ ଜଣାଯାଏ କି ବୌଦ ଆଡୁ ଅନୁଗୋଳ ଅଭିମୁଖେ ଏକ ଗଞ୍ଜେଇ ବୋଝେଇ କାର ଯାଉଥିବା ବିଶେଷ ସୂତ୍ରରୁ ଆଠମଲ୍ଲିକ ଅବକାରୀ ବିଭାଗ ଖବର ପାଇ ଆଠମଲ୍ଲିକ ଗାନ୍ଧୀ ଛକ ଠାରେ ଛପି ରହିଥିବା ବେଳେ ସନ୍ଦେହରେ ଗଞ୍ଜେଇ ଭର୍ତ୍ତି କାର ଟିକୁ ଦେଖି ପିଛା କରିଥିଲେ । ବାଇଣ୍ଡ ଅବକାରୀ ବିଭାଗ ଓ ଆଠମଲ୍ଲିକ ଅବକାରୀ ମିଳିତ ଭାବେ ବଇଣ୍ଡା ସ୍ଥିତ ବଡ଼ ହୁଲା ଛକ ନିକଟରେ ଗଞ୍ଜେଇ ବୋଝେଇ କାର ଟିକୁ ଫିଲିମ୍ ଷ୍ଠାଇଲ ଭାବେ କାବୁ କରିଥିଲେ । ଉକ୍ତ କାର ରେ ୧୪୦ କେଜି ଗଞ୍ଜେଇ ଭର୍ତ୍ତି ହୋଇ ଥିଲା । ବର୍ତମାନ ବଜାର ର ମୂଲ୍ୟ ଅନୁସାରେ ଯାହାର ମୂଲ୍ୟ ୧୪ .୦୦୦୦୦/ ଚଉଦ ଲକ୍ଷ୍ୟ ଓ କାର ଟିର ମୂଲ୍ୟ ୧୭.୦୦୦୦୦/ ମୋଟ ୩୧ ଲକ୍ଷ ଟଙ୍କାର ଜିନିଷ ଜବତ ସହ ଅନୁଗୋଳ ଜିଲ୍ଲା ଜରପଡା ଥାନା ଅଂଚରେ ର କୁସୁକିଳା ଗ୍ରାମର ଦେବାର ସାହୁ, ଓ ରିପକ୍ ସାହୁ ୨ ଜଣ ବ୍ୟକ୍ତି ଙ୍କୁ ଅବକାରୀ ଚାଲାଣ କରୁଥିବା ଅଭିଯୋଗ ରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଆଠମଲ୍ଲିକ ଅବକାରୀ ବିଭାଗ ଅଧିକାରୀ ଧରଣୀ ଧର ପ୍ରହରାଜ ବଇଣ୍ଡା ଅବକାରୀ ବିଭାଗର ଅଧିକାରୀ ରଞ୍ଜିତା ହରିଚନ୍ଦନ ସୂଚନା ଦେଇଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ଆଠମଲ୍ଲିକ ଅବକାରୀ ବିଭାଗ ଏଏସଆଇ ରମେଶ ଚନ୍ଦ୍ର ବେହେରା, ବଇଣ୍ଡା ଅବକାରୀ ବିଭାଗର ଏଏସଆଇ ମାନସ ରଞ୍ଜନ ପ୍ରଧାନ, ଅମର ଦିପ କୁଜୁର, ସଂଗ୍ରାମ କେଶରୀ ଦେହୁରୀ, ଅଜିତ କୁମାର ଭୋଇ, ରୂପାଲି ବେହେରା ସାମିଲ ହୋଇ ସହଯୋଗ କରିଥିବା ଜଣାପଡିଛି ।