ଢେଙ୍କାନାଳରେ ବିଶ୍ଵ ମତ୍ସ୍ୟ ଦିବସ ପାଳିତ

ଢେଙ୍କାନାଳ,(ଶୁଭମ ପାଣି): ବିଶ୍ବ ମତ୍ସ୍ୟ ଦିବସ ଉପଲକ୍ଷେ ଆଜି ପୂର୍ବାହ୍ନରେ ପୁରୁଣା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ତରଫରୁ ବିଶ୍ବ ମତ୍ସ୍ୟ ଦିବସ ପାଳିତ ହୋଇଯାଇଛି । ବୈଠକ ପ୍ରାରମ୍ଭରେ ଜିଲ୍ଲା ମତ୍ସ୍ୟ ଅଧିକାରୀ ଶ୍ରୀ ସଂଗ୍ରାମ କେଶରୀ କର ସୂଚନା ପ୍ରଦାନ କରି ଆମ ରାଜ୍ୟ ଦେଶରେ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ଚତୁର୍ଥ ସ୍ଥାନ ଅଧିକାର କରିଥିବା ବେଳେ ଆମ ଢେଙ୍କାନାଳ ଜିଲ୍ଲା ସ୍ଵାବଲମ୍ବି ହୋଇପାରିନ‌ଥିବା ପ୍ରକାଶ କରିଛନ୍ତି । କ୍ଷତିର ସମ୍ଭାବନା ନ ଥିବା ଏବଂ ଏହା ଅଧିକ ଲାଭ ପ୍ରଦାନ କରିପାରୁଥିବାରୁ ମତ୍ସ୍ୟ ଚାଷୀ ଭାଇମାନେ ଆଗ୍ରହର ସହିତ ଏହି ଚାଷ ପାଇଁ ଆଗେଇ ଆସିବାକୁ ନିବେଦନ କରିଛନ୍ତି ।

ବୈଠକରେ ମୂର୍ତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସଚିଦାନନ୍ଦ ସ୍ବାଇଁ, କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ କୃଷି ବିଜ୍ଞାନୀ ଶ୍ରୀ ବିମଲେନ୍ଦୁ ମହାନ୍ତି, ଉଦ୍ୟାନ କୃଷିର ଉପ ନିର୍ଦ୍ଦେଶିକା ଶ୍ରୀମତୀ ଗୀତାଶ୍ରୀ ପାଢୀ, ଓଡିଶା ଜୀବିକା ମିଶନର ଡି ପି ଏମ ଶ୍ରୀମତୀ ସତ୍ୟଭାମା ପ୍ରଧାନ, ମିଶନ ଶକ୍ତିର ଡି ପି ଏମ ଶେଫାଳୀ ସ୍ବାଗତିକା, ପ୍ରାଣୀ ଚିକିତ୍ସା ଅଧିକାରୀ ଶ୍ରୀ ଡମ୍ବରୁଧର ସାମଲ, ମନରେଗାର ଓୟୁମ୍ୟାନ ଶ୍ରୀ ଅମରେନ୍ଦ୍ର ମଲ, ଜିଲ୍ଲା ମୁଖ୍ୟା କୃଷି ଅଧିକାରୀ ଶ୍ରୀ ଦୀପ୍ତି କାନ୍ତ ରାଉତରାୟ ପ୍ରମୁଖ ଉପସ୍ଥିତ ମତ୍ସ୍ୟ ଚାଷୀମାନଙ୍କୁ ଉନ୍ନ‌ତ ପ୍ରଣାଳୀରେ ମତ୍ସ୍ୟ ଚାଷ ସହିତ ସମନ୍ବିତ ଚାଷ କରି କିପରି ଉତ୍ପାଦନ ଏବଂ ଆୟ ବୃଦ୍ଧି କରି ଲାଭାନ୍ବିତ ହୋଇପାରିବେ ସେ ସମ୍ପର୍କରେ ବର୍ଣନା କରିଥିଲେ । ଏହି ଅବସରରେ ଜିଲ୍ଲାର ଅଗ୍ରଣୀ ମତ୍ସ୍ୟ ଚାଷୀ ଭାଇ-ଭଉଣୀ, ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନଙ୍କୁ ଅତିଥିମାନେ ସମ୍ମାନିତ କରିଥିଲେ ।

ବିଶ୍ବ ମତ୍ସ୍ୟ ଦିବସ ପାଳନ ଅବସରରେ ଓଡିଶାରେ ମତ୍ସ୍ୟ କ୍ଷେତ୍ରରେ ସାମଗ୍ରିକ ବିକାଶ ନିମନ୍ତେ ୧୬ ଗୋଟି ଯୋଜନାର ସମନ୍ବୟ ରେ ଏକ ବୃହତ ଯୋଜନା “ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା” କୁ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦ୍ବାରା ଶୁଭାରମ୍ଭ ହେବ ବୋଲି ଜଣାଯାଇଛି ।