ବ୍ରହ୍ମପୁର:୨୧/୧୧(ଶ୍ରୀକାନ୍ତ କୁମାର ବେହେରା): ମିଶନ ରାଣୀ ମାଁ ମାରୀୟାଙ୍କ ପବିତ୍ର ନବୀନାର ତୃତୀୟ ଦିନ ମିଶନ ରାଣୀ ମହାଦେବାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ପବିତ୍ର ଦିବ୍ୟଯଜ୍ଞରେ ବ୍ରହ୍ମପୁର ଧର୍ମାଞ୍ଚଳର ମୁଖ୍ୟ ଯାଜକ ସଞ୍ଜୀବ କୁମାର ନାୟକ,ସହକାରୀ ଯାଜକ ପ୍ରଭୁଦାସ ନାୟକ, ଯାଜକ ସୁରେଶ ନାୟକ,କୋଷାଧ୍ୟକ୍ଷ, ବ୍ରହ୍ମପୁର ଧର୍ମପ୍ରଦେଶ,ଯାଜକ ପ୍ରଶାନ୍ତ ଦିଗାଲ,ସମ୍ପାଦକ, St.Joseph convent school, ଦିଗପହଣ୍ଡି, ଏବଂ ଯାଜକ ସଞ୍ଜୀବ କୁମାର ବୀର, ବ୍ରହ୍ମପୁର ଧର୍ମପ୍ରଦେଶ ଦିବ୍ୟଯଜ୍ଞରେ ଉପସ୍ଥିତ ଥିଲେ।ଯାଜକ ପ୍ରଶାନ୍ତ ଦିଗାଲ ଦିବ୍ୟଯଜ୍ଞ ଉତ୍ସର୍ଗ କରିଥିଲେ ଏବଂ “ମାଁ ମେରୀ ଦୁଃଖୀଙ୍କର ମାତା ଓ ଆମ ଆନନ୍ଦର କାରଣ”,ଏହି ବିଷୟରେ ଭକ୍ତ ମାନଙ୍କୁ ଉଦବୋଧନ ଦେଇ ପ୍ରଚାର କରିଥିଲେ।ବ୍ରହ୍ମପୁର ଧର୍ମାଞ୍ଚଳର ଭାରତ କଲୋନୀ ର ଯୁବଗୋଷ୍ଠି ମାନେ ସଙ୍ଗୀତ ଗାୟନ ସହ ଦିବ୍ୟଯଜ୍ଞରେ ସାହାଯ୍ୟ କରିଥିଲେ। ଏହି ତୃତୀୟ ଦିନ ନବୀନା ଉତ୍ସଵରେ ଶକ୍ତି ନଗର,ଭାରତ କଲୋନୀ,ପ୍ରେମ ନଗର,ଲୁକାସ କଲୋନୀ,ବାବାଜୀ ତୋଟା ସାହି, ସିଟି ହସ୍ପିଟାଲ ଜୋନର ଶ୍ରଦ୍ଧାଳୁ ମାନେ,DSA ଅନୁଷ୍ଠାନ ସେବାଭଗ୍ନୀ ଏବଂ Mothers of Charityର ସେବାଭ୍ରାତା ଗଣ ସୁନ୍ଦର ଓ ଶୃଙ୍ଖଳା ର ସହିତ ଦିବ୍ୟଯଜ୍ଞର ପରିଚାଳନା କରିଥିଲେ।ଧର୍ମାଞ୍ଚଳର ପାଳକୀୟ ପରିଷଦର ସଭ୍ୟସଭ୍ୟା ଗଣ ଏବଂ ବିଭିନ୍ନ କମିଟିର ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ରହି ଏହି ପବିତ୍ର ନବୀନା ଉତ୍ସବରେ ସହଯୋଗ କରିଥିଲେ।