ଛତରପୁର : ବିବାହ ଭୋଜିରୁ ୮୬ଜଣ କ୍ଵାରେଣ୍ଟାଇନ ସେଣ୍ଟରକୁ ଯାଇଛନ୍ତି। ଏଭଳି ଘଟଣା ମଧ୍ୟପ୍ରଦେଶର ଛତରପୁରର ବନ୍ଧା ଗ୍ରାମ ପଞ୍ଚାୟତରରେ ଦେଖିବାକୁ ମିଳିଛି। ଖବର ଅନୁଯାୟୀ ମଧ୍ୟପ୍ରଦେଶର ଛତରପୁରର ବନ୍ଧା ଗ୍ରାମ ପଞ୍ଚାୟତର ଏକ ବିବାହ ଭୋଜିର ଆୟୋଜନ କରଯାଇଥିଲା। କିନ୍ତୁ ରୋଷେଇ କରିବାକୁ ଆସିଥିବା ରୋଷେୟା କରୋନା ସଂକ୍ରମିତ ଏ କଥା କାହାକୁ ଜଣାନଥିଲା। ଜଣେ ସ୍ଥାନୀୟ ବ୍ୟକ୍ତି ପ୍ରଶାସନକୁ ଏ ଖବର ଦେଇଥିଲେ। ଜିଲ୍ଲା ପଞ୍ଚାୟତ ସିଇଓଙ୍କ ସହ ସ୍ଵାସ୍ଥ୍ୟ ବିଭାଗର ଟିମ୍ ଘଟଣାସ୍ଥଳରେ ପହଞ୍ଚି ରୋଷେୟାଙ୍କୁ ଜିଲ୍ଲା ହସ୍ପିଟାଲକୁ ପଠାଇଥିଲେ। ତାଙ୍କ ସଂସ୍ପର୍ଶରେ ଆସିଥିବା ବର-ବଧୂ ଓ ସେମାନଙ୍କ ସମ୍ପର୍କୀୟ ମିଶାଇ ୮୬ ଜଣଙ୍କ ଥର୍ମାଲ୍ ସ୍କ୍ରିନିଂ କରାଯାଇ ସମସ୍ତଙ୍କୁ ହୋମ୍ କ୍ଵାରେଣ୍ଟାଇନ୍ ରହିବା ପାଇଁ କୁହାଯାଇଛି। ସେଥିପାଇଁ ନିକଟସ୍ଥ ସ୍କୁଲରେ ରହିବାର ବ୍ୟବସ୍ଥା କରାଯାଇଥିବା ବେଳେ ପ୍ରଶାସନର ପୂରା ଟିମର ଉପାସ୍ତିତିରେ ବିବାହ ସମ୍ପନ୍ନ ହୋଇଛି। କେବଳ ସେତିକି ନୁହେଁ ବର-ବଧୂ ସହ ଅନ୍ୟ ୨ଜଣଙ୍କୁ ୧୪ଦିନ ଯାଏଁ ହୋମ୍ କ୍ଵାରେଣ୍ଟାଇନରେ ରହିବା ପାଇଁ କୁହାଯାଇଥିବା ବେଳେ ବିବାହ ହୋଇଥିବା ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି।