ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର ମ୍ୟାନେଜର ନିଲମ୍ବିତ।

ନୂଆପଡ଼ା : ଦୁଇଦିନ ତଳେ ନୂଆପଡ଼ା ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ବ୍ୟାଙ୍କ ମ୍ୟାନେଜରଙ୍କ କହିବାନୁସାରେ ଜଣେ ଝିଅ ଚାଲିବାକୁ ଅକ୍ଷମ ମା’ଙ୍କୁ ଜନଧନ ଯୋଜନାର ଟଙ୍କା ଉଠାଇବା ପାଇଁ ଦଉଡିଆ ଖଟରେ ଶୁଆଇ ଘୋଷାଡ଼ି ଘୋଷାଡି ବ୍ୟାଙ୍କ ପର୍ଯ୍ୟନ୍ତ ନେଇଥିଲେ। ଆଜି ଏହି ପ୍ରସଙ୍ଗରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର ବରଗାଁ ଶାଖାର ମ୍ୟାନେଜର ଅଜିତ ପ୍ରଧାନଙ୍କୁ ନିଲମ୍ବିତ କରାଯାଇଛି। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚନା ମିଳିଛି।