ମୁଖୀ ଗୁଡ଼ା,ଜୟପାଟଣା -(ଅରୁଣ କୁମାର ସାହୁ):-:-ଜୟପାଟଣା ସ୍ଥିତ ଇନ୍ଦ୍ରାବତୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନୂତନ ଅଧ୍ୟକ୍ଷ ଭାବେ ଗଣିତ ବିଭାଗ ଅଧ୍ୟାପକ ଶ୍ରୀଯୁକ୍ତ ତୁଳସୀରାମ ରାଉତ ଗତ ୧ ତାରିଖରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି l ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ବିଷ୍ଣୁପ୍ରିୟା ମହାନ୍ତିଙ୍କ କାର୍ଯ୍ୟକାଳ ସମାପ୍ତି ପରେ ଶ୍ରୀଯୁକ୍ତ ରାଉତଙ୍କୁ ଏହି ଦାୟିତ୍ୱ ଅର୍ପଣ କରାଯାଇଛି l ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଅନ୍ୟ ସହକର୍ମୀଙ୍କ ଉପସ୍ଥିତିରେ ସେ ଏହି ଆସନ ଗ୍ରହଣ କରିଥିଲେ ଓ ଅନୁଷ୍ଠାନର ଗୌରବକୁ ବଞ୍ଚାଇ ରଖିବାକୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ l ଶ୍ରୀଯୁକ୍ତ ରାଉତ କଲମପୁର ବ୍ଲକ ଅନ୍ତର୍ଗତ ପାତ୍ରବସା ଗ୍ରାମର ସ୍ବର୍ଗତ ସତ୍ୟବାଦୀ ରାଉତ ଓ ସ୍ୱର୍ଗତ ପ୍ରତିମା ରାଉତଙ୍କ ସୁପୁତ୍ର ଅଟନ୍ତି l ସେ ଅଧ୍ୟକ୍ଷ ଦାୟିତ୍ୱ ନେଲା ପରେ କର୍ମଚାରୀଙ୍କ ମହଲରେ ଖୁସିର ଲହରୀ ଖେଳି ଯାଇଛି l ସମ୍ପ୍ରତି ୫ଟି ଯୋଜନାରେ ଅନୁଷ୍ଠାନର ମୁଖ୍ୟ ଗୃହ ମରାମତି କାର୍ଯ୍ୟ ଚାଲୁ ରହିଛି ଓ ଭବିଷ୍ୟତରେ ନୂତନ ସରକାରୀ ସାହାଯ୍ୟ ଆଣିବା ପାଇଁ ଚେଷ୍ଟା ଜାରି ରହିବ ବୋଲି ଜଣାଇଥିଲେ l