ବୀରମହାରାଜପୁର,(ଶାନ୍ତନୁ କୁମାର କର୍ଣ୍ଣ)- ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକରେ ବଲାଙ୍ଗୀର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ, ଉଲୁଣ୍ଡା ଶାଖା ସରକାରଙ୍କ ମିଶନଶକ୍ତି ସ୍କୁଟର ଯୋଜନାରେ 12 ଜଣଙ୍କ ଋଣ ମଜୁରୀ କରିଛନ୍ତି l ରାଜ୍ୟ ସରକାରଙ୍କ ଦ୍ୱାରା ମହିଳା ମାନଙ୍କୁ ଆତ୍ମନିର୍ଭରଶୀଳ କରିବାପାଇଁ ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା ମାନଙ୍କ ପାଇଁ ସ୍କୁଟର ଯୋଜନା ଆରମ୍ଭ କରାଯାଇଛି l ଏହି ଯୋଜନାରେ ଉଲୁଣ୍ଡା ସମବାୟ ବ୍ୟାଙ୍କ ଶାଖା 12 ଜଣ ଙ୍କ ଋଣ ମଞ୍ଜୁର କରିଛନ୍ତି l ବ୍ୟାଙ୍କ ଶାଖା ପରିଚାଳକ ଋଣ ଗ୍ରହୀତାମାନଙ୍କୁ ଋଣ ପ୍ରମାଣପତ୍ର ପ୍ରଦାନ କରିଥିବାବେଳେ ମିଶନ ଶକ୍ତି ସଂଯୋଜକ କେସବ ମାଝୀ ଙ୍କ ସମେତ ସମସ୍ତ ବ୍ୟାଙ୍କ କର୍ମଚାରୀ ମାନେ କାର୍ଯ୍ୟକ୍ରମରେ ସାମିଲ ଥିଲେ l