ଗୁଣପୁର; (ଗୁଣପୁରରୁ ସିଦ୍ଧାର୍ଥ ଦାଶ) କେନ୍ଦ୍ର ସରକାର ୨୦୦୪ ରେ ଓ ରାଜ୍ୟ ସରକାର ୨୦୦୫ ରେ ପୁରୁଣା ପେନସନ ବ୍ୟବସ୍ଥା ଉଚ୍ଛେଦ କରି ନୂତନ ପେନସନ ବ୍ୟବସ୍ଥା ଲାଗୁ କରିଛନ୍ତି।ଏହାଦ୍ବାରା ଆମ ରାଜ୍ୟ ରେ ହଜାର ହଜାର ସରକାରୀ କର୍ମଚାରୀ ଦୀର୍ଘ ବର୍ଷ ସରକାରୀ କାର୍ଯ୍ୟ କରି ଅବସର ପରେ ୧ହଜାର ରୁ ୨ହଜାର ଟଙ୍କା ପେନସନ ପାଇବା ନେଇ କର୍ମଚାରୀ ମାନେ କ୍ଷୋଭ ପ୍ରକାଶ କରିଛନ୍ତି ।ଏଣୁ ପୁଣିଥରେ ରାଜ୍ୟ ରେ ପୁରୁଣା ପେନସନ ବ୍ୟବସ୍ଥା ପ୍ରଚଳନ ପାଇଁ ପୁରୁଣା ପେନସନ ପାଇଁ ଜାତୀୟ ଆନ୍ଦୋଳନ (ଏନ୍ଏମ୍ଓପିଏସ) ଓଡ଼ିଶା ସଂଗଠନ ତରଫରୁ ରାୟଗଡ଼ ଜିଲ୍ଲା ସଂଘ୍ ର ସଂଗଠନ ସମ୍ପାଦକ ଅକ୍ଷୟ କୁମାର ପଣ୍ଡା ଙ୍କ ଆବାହକତ୍ଵ ରେ ଏକ ବୈଠକ ସ୍ଥାନୀୟ ଗୁଣପୁର ଟାଉନ ହଲ ରେ ଅନୁଷ୍ଠିତ ହୋଇଯାଇଛି।ବୈଠକ ଆରମ୍ଭ ରେ ପ୍ରଥମେ ଜାତୀୟ ସଙ୍ଗୀତ ଗାନ କରିବା ପରେ ଦିବଂଗତ କର୍ମଚାରୀ ଙ୍କ ଅମର ଆତ୍ମା ର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରିଥିଲେ। ରାୟଗଡ଼ ଜିଲ୍ଲା ରେ କାର୍ଯ୍ୟରତ NPS ଅଧୀନ ସମସ୍ତ ୪୨ ବିଭାଗ ର କର୍ମଚାରୀ ଯୋଗଦେଇଥିଲେ।ଆଗାମୀ ଦିନରେ ରାଜ୍ୟ ସଂଘ ନିର୍ଦ୍ଦେଶ ଅନୁସାରେ ପୁରୁଣା ପେନସନ କାର୍ଯ୍ୟକାରୀ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ ନେଇ ପ୍ରସ୍ତାବ ଗୃହୀତ ହୋଇଥିଲା।ଆଜିର ଏହି କାର୍ଯ୍ୟକ୍ରମ ରେ ସଂଗଠନ ର କାର୍ଯ୍ୟକାରୀ ସଭାପତିପ୍ରମୋଦ ମହାପାତ୍ର, ଏନ୍ ପ୍ରଦୀପ,ଗଙ୍ଗପ୍ରସାଦ ବ୍ରହ୍ମା,ଦୀପକ ସାହୁ,ରମେଶ ମିଶ୍ର, ସଂଜିତ୍ କୁମାର ପଣ୍ଡା,ସ୍ନେହାସିଷ ପାତ୍ର ,ଶିବପ୍ରସାଦ ମହାପାତ୍ର ,ରମେଶ ମିଶ୍ର,ଦୀପକ ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସଂଘ ର ଆଗାମୀ କାର୍ଯ୍ୟପନ୍ଥା ଉପରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମ କୁ ଆଇ ନରେଶ,ଜି ଦିବାକର ,କାହ୍ନୁ ବାଉରୀ,ଅଶ୍ଵିନୀ ତ୍ରିପାଠୀ ,ସୁଧୀର ନାୟକ,ସପନ ଦାସ ପ୍ରମୁଖ ପରିଚାଳନା କରିଥିଲେ