ବେଜିଂ : ଚୀନ୍ ଉପରେ ପୁଣି କରୋନା ବିପଦ ଦେଖାଦେଇଛି। ୫୬ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ସାଧାରଣରେ ଖେଳିଯାଇଛି ଆତଙ୍କ। ସଂକ୍ରମଣ ରୋକିବା ପାଇଁ ରାଜଧାନୀର ପ୍ରମୁଖ ସି ଫୁଡ, ଫଳ ଓ ପନିପରିବା ବଜାର ସିନଫଡି ମାର୍କେଟ୍କୁ ବନ୍ଦ କରାଯାଇଛି। ଅନେକ ଆକ୍ରାନ୍ତ ଏହି ବଜାରକୁ ଆସି ସଂକ୍ରମିତ ହୋଇଥିବାରୁ ଏହି ପଦକ୍ଷେପ ନିଆଯାଇଛି। ବଜାର ଅଞ୍ଚଳକୁ ଲାଗିଥିବା ୧୧ଟି ଆବାସିକ ଅଞ୍ଚଳରେ ଲକଡାଉନ୍ ଓ ୯ଟି ସ୍କୁଲକୁ ବନ୍ଦ କରାଯାଇଛି।
ବେଜିଂର ସିନଫଡି ସି ଫୁଡ୍ ମାର୍କେଟ୍ ୧୧୨ ହେକ୍ଟର ଅଞ୍ଚଳ ଉପରେ ରହିଛି। ଏଠାରେ ୧୫ଶହ ପରିଚାଳକଙ୍କ ସମେତ ଅନୁନ୍ୟ ୫ହଜାର ଲୋକେ କାମ କରନ୍ତି। ସାଲମନ ମାଛରୁ ଏଠାରେ କରୋନା ଭାଇରସ୍ ବ୍ୟାପୁଥିବାର ଲୋକେ ଆଶଙ୍କା କରୁଛନ୍ତି। ନୂଆ ସଂକ୍ରମଣ ନେଇ ପ୍ରଚାରିତ ହେବାପରେ ମୁଖ୍ୟ ସୁପରମାର୍କେଟ୍ରେ ମାଛ ବିକ୍ରି ବନ୍ଦ ହୋଇଯାଇଛି। ବ୍ୟବସାୟ ଓ କାମ କରୁଥିବା ଲୋକଙ୍କ ଯାଞ୍ଚ ଆରମ୍ଭ କରାଯାଇଛି। (ଏଜେନ୍ସି)