ଜୟପାଟଣା:(ମଳୟ କୁମାର ସାହୁ):-ତହସିଲଦାରଙ୍କୁ ଅଫିସ ଭିତରେ ଅଟକ ରଖି ଶତାଧିକ ଚାଷୀ ତାଲା ପକାଇଥିବା ଜଣାପଡିଛି। କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ କୋଟାଗାଁ ଚାଷୀଙ୍କ ଦାବି ପୁରଣ କରାନଯାଏ ତେବେ ଆନ୍ଦୋଳନ ତୀବ୍ରରୁ ତୀବ୍ରତର କରାଯିବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି। କଲମପୁର ବ୍ଲକ ମଣ୍ଡିର ଧାନକ୍ରୟ ଦାୟୀତ୍ଵ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ବଦଳରେ ପେକ୍ସକୁ ପ୍ରଦାନ କରିବା ଦାଵୀରେ କଲମପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ କୋଟାଗାଁ ଚାଷୀ ମାନେ ଧାରଣାରେ ବସିଲେ। ତହସିଲ ଦାରଙ୍କୁ କାର୍ଯ୍ୟାଳୟ ଭିତରେ ତାଲା ପକାଇ ଅଟକ ରଖିଥିଲେ ଅସନ୍ତୁଷ୍ଟ ଚାଷୀ ସୂଚନା ଅନୁଯାୟୀ କୋଟାଗାଁ ମଣ୍ଡିର ଚାଷୀ ମାନେ ବହୁଦିନ ହେବ ଧାନକ୍ରୟ ଦାୟୀତ୍ଵ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ବଦଳରେ ପେକ୍ସକୁ ପ୍ରଦାନ କରିବା ପାଇଁ ନିବେଦନ କରିଆସୁଥିଲେ କିନ୍ତୁ ଏବିଷୟରେ ପ୍ରଶାସନିକ ଅଧିକାରୀ ଚାଷୀଙ୍କ କଥାକୁ କର୍ଣ୍ଣପାତ କଲେନାହିଁ ଯାହା ଫଳରେ ଚାଷୀମାନଙ୍କୁ ଆନ୍ଦୋଳନକୁ ଓହ୍ଲାଇବାକୁ ବାଦ୍ଧ୍ୟ ହେବାକୁ ପଡ଼ିଥିଲା।
କୋଟାଗାଁ ମଣ୍ଡିରେ ଧାନ କିଣୁଥିବା ସ୍ଵୟଂ ସହାୟକ ଗୋଷ୍ଠୀ ଭଲ ଭାବରେ ଚାଷୀଙ୍କ ଠାରୁ ଧାନ କିଣି ସେମାନେ ତାଙ୍କ ଦାୟୀତ୍ଵ ଠିକ୍ ଭାବରେ ତୁଲାଇ ପାରୁନାହାନ୍ତି।ଏହାଫଳରେ ଚାଷୀମାନେ ବିଭିନ୍ନ ସମୟରେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି। ଅପର ପକ୍ଷରେ ବର୍ତ୍ତମାନ ଚାଷୀମାନଙ୍କ ଧାନ କିଣିବା ପାଇଁ ପଞ୍ଜୀକରଣ ଆରମ୍ଭ ହୋଇଥିବା ବେଳେ,ସେମାନେ ପେକ୍ସରେ ପଞ୍ଜୀକରଣ କରିବେ, ନା ସ୍ଵୟଂ ସହାୟକ ଗୋଷ୍ଠୀରେ ପଞ୍ଜୀକରଣ କରିବେ, ଚାଷୀମାନେ ଏବେ ଦ୍ବନ୍ଦରେ ପଡି ଉତ୍ତ୍ୟକ୍ତ ହୋଇଛନ୍ତି। ତେଣୁ ଏହି ଦାବୀ ପୁରଣ ନହେଲେ ଆନ୍ଦୋଳନ ଆଗକୁ ତୀବ୍ରତର ହେବ ବୋଲି ଚାଷୀ ଚେତାବନୀ ଦେଇଛନ୍ତି। ତେବେ ଉକ୍ତ ଘଟଣା କୁ ନେଇ ବିଭାଗୀୟ ଅଧିକାରୀ ଚାଷୀମାନଙ୍କ ପ୍ରତି କେଉଁ ଭଳି ଭାବରେ ପଦକ୍ଷେପ ଗ୍ରହଣ କରିବେ ସେହି ସମୟ କୁ ହିଁ ଅପେକ୍ଷା କରିବାକୁ ପଡ଼ିବ ବୋଲି ଚର୍ଚ୍ଚା ଜୋର ଧରିଛି।