ଗୋଟିଏ ହସ୍ପିଟାଲରୁ ୯୦ ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ |

ଚେନ୍ନାଇ ୧୩।୦୬: ତାମିଲନାଡୁ ରାଜଧାନୀ ଚେନ୍ନାଇ ସ୍ଥିତ ରାଜୀବ ଗାନ୍ଧୀ ସରକାରୀ ଜେନେରାଲ ହସ୍ପିଟାଲରେ ୧୦ ଦିନରେ ପ୍ରାୟ ୯୦ ଡାକ୍ତର କରୋନା ସଂକ୍ରମଣର ଶିକାର ହୋଇଛନ୍ତି। ଏହି ସବୁ ଡାକ୍ତରଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଥିବା ଶନିବାର ସରକାରୀ ସୂତ୍ରରୁ ପ୍ରକାଶ। ସୂଚନା ଅନୁଯାୟୀ, ଶନିବାର ଜଣେ ଅଧିକାରୀ ଆଇଏଏନଏସକୁ କହିଛନ୍ତି , ୧୦ ଦିନରେ ପ୍ରାୟ ୮୦ ରୁ ୯୦ ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କରୋନା ସଂକ୍ରମିତଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କ ସହ ଅନ୍ୟ ବିଭାଗର ଡାକ୍ତର ମାନେ ମଧ୍ୟ ସଂକ୍ରମିତ ହୋଇଛନ୍ତି । (ଏଜେନ୍ସି)