ରାୟଗଡ଼ା (ସିଦ୍ଧାର୍ଥ ଦାଶ) – ରାୟଗଡ ସହରରେ ଦିନକୁ ଦିନ ଟ୍ରାଫିକ ସମସ୍ୟା , ଅନ୍ଧାରର ସୁଯୋଗ ନେଇ ଅସାମାଜିକ ଯୁବକଙ୍କ ଦୌରାତ୍ମ୍ୟ,ସ୍କୁଲ ଛୁଟି ହେଲେ ରୋଡ଼ ରୋମୀୟ ଙ୍କ ଦୌରାତ୍ମ୍ୟ ଫଳରେ ଛାତ୍ରୀ ମାନଙ୍କ ସୁରକ୍ଷା,ପ୍ରେମ ପାହାଡର କିଛି ଅଂଶ ଅନ୍ଧାର ରହିଥିବା ଯୋଗୁଁ ଅସାମାଜିକ ଯୁବକଙ୍କ କବଜାରୁ ମୁକ୍ତ କରିବା,ବାଇପାସ ରୋଡ଼ ଆଲୋକି କରଣ , ସହରର ବଜାର ମାନଙ୍କରେ ଜବର ଦଖଲ ହଟେଇ ଟ୍ରାଫିକ ସମସ୍ୟା ଦୂରୀକରଣ ଭଳି ଅନେକ ସମସ୍ୟାର ସମାଧାନ କରିବାକୁ ଆଜି ରାୟଗଡ ନାଗରିକ ମଞ୍ଚ ତରଫରୁ ଆରକ୍ଷୀ ଅଧକ୍ଷ ବିବେକାନନ୍ଦ ଶର୍ମାଙ୍କୁ ଏକ ନିବେଦନ ପତ୍ର ପ୍ରଦାନ କରିବା ସହିତ ସମାଧାନ ନିମନ୍ତେ ମଞ୍ଚ ଆଲୋଚନା କରିଛି। ଏହି ଆଲୋଚନା ବେଳେ ଆରକ୍ଷୀ ଅଧକ୍ଷ ବିବେକାନନ୍ଦ ଶର୍ମାଙ୍କ ସହ ASP ମଧୁ ସୁଦନ ପାତ୍ର ଉପସ୍ଥିତ ରହିଥିଲେ। ଆସନ୍ତା କାଲିଠାରୁ ଯେଉଁ ସ୍କୁଲ ସାମନାରେ ରୋଡ଼ ରୋମିୟ ନଜରକୁ ଆସନ୍ତି ପୋଲିସ ତାକୁ ଉଠାଇବ ବୋଲି କହିଛନ୍ତି ଶ୍ରୀ ଶର୍ମା । ନାଗରିକ ମଞ୍ଚ ତରଫରୁ ମଞ୍ଚ ଆବାହକ ବାଦଲ କୁମାର ତା , ଜଲନ୍ଦର ପୁସିକା , ବରିଷ୍ଠ ନାଗରିକ ବିନୋଦ ଚନ୍ଦ୍ର ପଣ୍ଡା , ରଞ୍ଜନ ରଥ , ଜଗେଶ୍ଵର ଦାସ , ନିରଞ୍ଜନ ପାଳ , ଦୀପକ ପୃଷ୍ଟି , ରଶ୍ମିରଞ୍ଜନ ଦୋରା ପ୍ରମୁଖ ଉପସ୍ଥିତ ରହିଥିଲେ। ଏନେଇ ତୁରନ୍ତ ପ୍ରତିକାତ୍ମକ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଶ୍ରୀ ଶର୍ମା ପ୍ରତିଶୃତି ଦେଇଛନ୍ତି।