କଟକ: କଟକ ଜିଲ୍ଲା ସାଲେପୁର ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକ୍ରୁ ଏକାଥରକେ ୨୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୨ କ୍ୱାରେଣ୍ଟିନ୍ ସେଣ୍ଟର, ୪ ହୋମ୍ କ୍ୱାରେଣ୍ଟିନରେ ଥିଲେ। ଏନେଇ ବିଡିଓ କର୍ଣ୍ଣଦେବ ସମାଦ୍ଦାର ସୂଚନା ଦେଇଛନ୍ତି।
କଟକରେ ସମୁଦାୟ ୨୪୫ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୨୪ ଜଣ ସୁସ୍ଥ ହୋଇଛନ୍ତି। ଜଣଙ୍କର ମୃତ୍ୟୁ ହୋଇଛି। ଆହୁରି ୧୨୦ ଆକ୍ଟିଭ କେଶ ରହିଛି। ଏମାନେ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।