କରୋନା ଭାଇରସ୍‌ ପାଇଁ ଲାଗୁ ହୋଇଥିବା ଲକ୍‌ଡାଉନ କଟକଣା ସାମାନ୍ୟ କୋହଳ ।

ଭୁବନେଶ୍ୱର: କରୋନା ଭାଇରସ୍‌ ପାଇଁ ଲାଗୁ ହୋଇଥିବା ଲକ୍‌ଡାଉନ କଟକଣାକୁ ସାମାନ୍ୟ କୋହଳ କରିଛନ୍ତି ରାଜ୍ୟ ସରକାର। ସ୍ୱତନ୍ତ୍ର ରିଲିଫ କମିସନରଙ୍କ ପକ୍ଷରୁ ଜାରି ହୋଇଥିବା ଏକ ବିଜ୍ଞପ୍ତିରେ ଏହା କୁହାଯାଇଛି ଯେ, ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ କଡ଼ରେ ଥିବା ଢାବାଗୁଡ଼ିକ ରାତ୍ରି କର୍ଫ୍ୟୁ ସମୟରେ ମଧ୍ୟ ଖୋଲା ରହିବ। ତେବେ ସେଠାରେ ଖାଇ ହେବନାହିଁ, କେବଳ ପାରସଲ୍ ନେଇହବ।

ସେହିପରି ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ କଡ଼ରେ ଥିବା ଢାବାଗୁଡ଼ିକ ସପ୍ତାହନ୍ତ ସଟ୍‌ଡାଉନ୍‌ ସମୟରେ ମଧ୍ୟ ଖୋଲା ରହିବ। ସପ୍ତାହନ୍ତ ସଟ୍‌ଡାଉନ ସମୟରେ ଧାନ କିଣା, ଚାଉଳ ଯୋଗାଣ, ଚିନାବାଦାମ ଓ ଡାଲି କିଣିବା ପ୍ରକ୍ରିୟା ଚାଲି ପାରିବ। ଏହି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ଯେ ଢ଼ାବାଗୁଡ଼ିକରୁ କେବଳ ଖାଦ୍ୟ ପାରସଲ୍ କରି ନେଇହେବ, ଖାଇହେବନାହିଁ।