ଭୁବନେଶ୍ୱର : ଡ୍ରାଇଭିଂ ଲାଇସେନ୍ସ ଓ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ସ୍ଲଟ ବୁକିଂ ଆଜିଠାରୁ ଆରମ୍ଭ ହେଵ ବୋଲି ଗତକାଲି ପରିବହନ କମିସନର ଘୋଷଣା କରିଥିଲେ। କିନ୍ତୁ ଆଜି ଏହାକୁ ବାତିଲ କରାଯାଇଥିବା ବେଳେ ଖୁବ ଶୀଘ୍ର ସ୍ଲଟ ବୁକିଂର ଆଗାମୀ ତାରିଖ ପ୍ରକାଶ ପାଇବ ବୋଲି ପରିବହନ କମିସନରଙ୍କ ଅଫିସ ତରଫରୁ ସୂଚନା ଦିଆଯାଇଛି। ଯେଉଁମାନଙ୍କର ଲର୍ଣ୍ଣିଂ ଲାଇସେନ୍ସର ବୈଧତା ୧୮.୦୩.୨୦୨୦ ରୁ ୩୦.୦୯.୨୦୨୦ ମଧ୍ୟରେ ଶେଷ ହେଉଛି ସେମାନଙ୍କର ଲର୍ଣ୍ଣିଂ ଲାଇସେନ୍ସର ବୈଧତା ୩୦.୦୯.୨୦୨୦ ପର୍ଯ୍ୟନ୍ତ କାଏମ ରହିବ। ଯଦି କେହି ଆଜି ଟଙ୍କା ଦେଇ ସ୍ଲଟ ବୁକିଂ କରିଛନ୍ତି ତେବେ ତାହା ପରବର୍ତ୍ତୀ ସ୍ଲଟ ବୁକିଂ ତାରିଖ ବାହାରିବା ପର୍ଯ୍ୟନ୍ତ ବୈଧ ରହିବ। ଏଥିସହ ସ୍ଲଟ ବୁକିଂ ବାତିଲ ସମ୍ପର୍କିତ କୌଣସି ପ୍ରକାରର ସୂଚନା ନେବା ପାଇଁ ଆରଟିଓ ନ ଆସିବାକୁ ବିଭାଗ ପରାମର୍ଶ ଦେଇଛି।