ପାଟଣା:(ବିଜୟ କୁମାର ମହାନ୍ତ )ଦୀର୍ଘ ୬ମାସ ରୁ ଉର୍ଦ୍ଧ୍ବ ହେଲାଣି ପାଟଣା ବ୍ଲକ ଟାଙ୍ଗରପଡ଼ା ପଞ୍ଚାୟତର ଭିମାପଡା ଗ୍ରାମର ମନ୍ଦିର ତଳେ ଥିବା ନାଏକ ସାହିର ରଡ଼ ସାଇଟ ରେ ଥିବା ନଳକୂପଟି ଅଚଳ ହୋଇପଡି ରହିଛି।ଏହି ସାହିରେ ୨୫ରୁ ୩୦ ପରିବାର ବସ ବାସ କରନ୍ତି।ଏ ବାବଦରେ ନାଏକ ସାହିର ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ ସାହି ବାସୀ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ ଏ ପଯ୍ୟନ୍ତ ନଳ କୂପ ମରାମତି ହୋଇ ପାରିଲାନାହିଁ।ଗୋଟିଏ ପଟେ ପ୍ରଚଣ୍ଡ ରୌଦ୍ର ତାପରେ ସାହି ବାସୀ ଅତିଷ୍ଠ ହୋଇ ପଡୁଥିବା ବେଳେ ତା ଠାରୁ ବଳି ଯାଇଛି ପାନୀୟ ଜଳ ସଙ୍କଟ ପିଇବା ପାଣି ମୁନ୍ଦାଏ ପାଇଁ ନାଏକ ସାହି ବାସୀ ନାହିଁ ନ ଥିବା ଅସୁବିଧା ର ସମ୍ମୁଖିନ ହେଉଛନ୍ତି।ଯଥା ଶୀଘ୍ର ନଳ କୂପଟି ମରା ମତି କରି ସାହି ବାସୀଙ୍କୁ ପାନୀୟ ଜଳ ଯୋଗାଇ ଦେବାକୁ ଦାବି କରିଛନ୍ତି ଗ୍ରାମ ବାସୀ।ଏନେଇ ପ୍ରତିନିଧି ସ୍ଥାନୀୟ ସରପଞ୍ଚ ଙ୍କୁ ସମସ୍ୟା ଉପରେ ପଚାରିବାରୁ ମୋ ପାଖକୁ କୌଣସି ଅଭିଯୋଗ ଏ ପଯନ୍ତ ଆସି ନାହିଁ ।ଅଭିଯୋଗ କୁ ଖଣ୍ଡନ କରିଛନ୍ତି ସରପଞ୍ଚ।