ପାଟଣା:(ବିଜୟ କୁମାର ମହାନ୍ତ ) ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବଢ଼ି ଚାଲିଥିବା ବେଳେ ଶୁଦ୍ଧ ପାଣି ଟପାଏ ପିଇବାକୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖନ ହେଉଛନ୍ତି ଗ୍ରାମ ବାସି। ପାଟଣା ବ୍ଲକ ଅନ୍ତର୍ଗତ ଚାକୁଣ୍ଡାପାଳ ପଞ୍ଚାୟତ ଯାହାକି ଆଦିବାସୀ ଶ୍ରେଣୀର ଲୋକମାନେ ବସ ବାସ କରୁଥିବା ବେଳେ ଏମିତି କିଛି ଘଟଣା ଦେଖା ଦେଇଛି ଯୋଡ଼ିଚାତର ଗ୍ରାମର ମଝି ସାହିରେ। ଏହି ସାହିରେ ଦୁଇଟି ନଳକୂପ ଖନନ କରାଯାଇଥିବା ବେଳେ ଗୋଟିଏ ନଳକୂପ ଅଚଳ ଅବସ୍ଥାରେ ପଡ଼ି ରହିଛି। ଅନ୍ୟ ଏକ ନଳକୂପ ଟି ଗୋଟିଏ ଗୋରାରୁ ଦୁଇ ଗୋରା ପାଣି ବାହାରୁଥିବା କହିଛନ୍ତି ମହିଳା ମାନେ। ଅନ୍ୟପଟେ କୂଅ ପୋଖରୀ ଶୁଖି ଯାଇଥିବାରୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଛଟ ପିଆଲା ଟୁ ଆରମ୍ଭ କରି ମହିଳା ମାନେ। ଯଥା ଶୀଘ୍ର ସମସ୍ୟାର ସମାଧାନ କରା ନଗୋଲେ ଆଗାମୀ ଦିନରେ ରାଜ ରାସ୍ତାକୁ ଅଲାଇବେ ବୋଲି କହିଛନ୍ତି S.H.G ମହିଳା ମାନେ।