ନୟାଗଡ/ଦଶପଲ୍ଲା : ବିଶ୍ବହିନ୍ଦୁ ପରିଷଦ ଦଶପଲ୍ଲା ପକ୍ଷରୁ ଶ୍ରୀରାମ ନବମୀ ପାଳନ ଅବସରରେ ରେ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କ ଜନ୍ମ କୁ ମହା ଆଡମ୍ବରରେ ପାଳନ କରିବା ପାଇଁ ଗଣିଆ, ନୂଆଗାଁ ଓ ଦଶପଲ୍ଲା ଅଞ୍ଚଳରୁ ପ୍ରାୟ ୩୦୦ ରୁ ଅଧିକ ବାଇକ୍ ସହିତ ଏକ ହଜାର ସଂଖ୍ୟାର ଶ୍ରୀରାମ ପ୍ରେମୀ ଅଂଶ ଗ୍ରହଣ କରିଥିଲେ । ରହି ସମାରୋହରେ ସମସ୍ତେ ଏକତ୍ର ହୋଇ ପ୍ରଥମେ ଦଶପଲ୍ଲା ସହରର ସମସ୍ତ ବଜାର ସହ ଆଖପାଖ ରେ ଥିବା ଗ୍ରାମ ଗୁଡିକରେ ମଧ୍ୟ ଶୋଭାଯାତ୍ରା ବୁଲାଇଥିଲେ । ଶୋଭାଯାତ୍ରା ସାରିବା ପରେ ସମସ୍ତେ ଗାନ୍ଧୀ ପଡ଼ିଆରେ ପହଞ୍ଚିଥିଲେ । ପୂର୍ବ ପ୍ରସ୍ତୁତି ଅନୁସାରେ ମଞ୍ଚ ରେ ବୌଦ୍ଧିକ କାର୍ଯ୍ୟକ୍ରମ ରଖାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମଞ୍ଚାସନ ହୃର୍ଶିକେଶ ବେହେରା,ଶିତିକଣ୍ଠ ମଶ୍ର,ଗିରିଶ ମହାନ୍ତ ସମସ୍ତ ରାମ ଭକ୍ତ ମାନଙ୍କୁ ରାମଙ୍କ ଜନ୍ମ, ଭାରତ ର ସଂସ୍କୃତି, ପରମ୍ପରା,ହିନ୍ଦୁ ଧର୍ମର ମହତ୍ତ୍ଵ, କର୍ତ୍ତବ୍ୟ ସହିତ ବର୍ତ୍ତମାନ ର ପରିସ୍ଥିତି ଭଳି ଅନେକ ଗୁରୁତ୍ୱ ପୂର୍ଣ୍ଣ ବିଷୟ ର ବାର୍ତ୍ତା ପ୍ରଦାନ କରିଥିଲେ । ଏହା ସହିତ ନାମ ସଙ୍କୀର୍ତ୍ତନ,ଦୀପ ଯଜ୍ଞ କରିବା ସହ ସମସ୍ତଙ୍କ ପାଇଁ ଭୋଜନ ବ୍ୟବସ୍ଥା କରିଥିଲେ । ଏହି ଭଳି କାର୍ଯ୍ୟକ୍ରମ ଦଶପଲ୍ଲା ରେ ପ୍ରଥମ ଥର ଆୟୋଜନ ହୋଇଥିବାରୁ ଅଞ୍ଚଳ ବାସି ସମସ୍ତେ ଘର ଆଗରେ କଳସ ବସାଇବା ସହିତ ଅରୁଆ ଚାଉଳ ଓ ଫୁଲରେ ସମସ୍ତ ଙ୍କୁ ସ୍ଵାଗତ କରୁଥିଲେ । ଏହି କାର୍ଯ୍ୟକ୍ରମ ଟିକୁ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ଦଶପଲ୍ଲାର କାର୍ଯ୍ୟକର୍ତ୍ତାଙ୍କ ସହିତ ସମାଜ ସେବୀ ହୁର୍ଶି ବେହେରା ଆୟୋଜନ କରିଥିଲେ ।