ପୁରୀ :ପବିତ୍ର ଚୈତ୍ର ମାସ ର ତୃତୀୟ ଗୁରୁବାର ।ପାରମ୍ପରିକ ପ୍ରଥା ନୁ ସାରେ ଚାରି ଛକ ନିକଟସ୍ଥ ଚନ୍ଦ୍ର ମଉଳି ସ୍ଥିତ ପଶ୍ଚିମ ମୁଖା ମହାଦେବ ଚନ୍ଦ୍ର ଶେଖର ଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି ପାଳି ଯାତ୍ରା । କାଳ ସି ଘଣ୍ଟ ବାଜା ସହ ପାଟୁଆ ଙ୍କୁ ଧରି ନିକଟସ୍ଥ ପ୍ରାଚୀ ନଦୀ ତୁଠ କୁ ଯାଇ ଦଣ୍ଡ ପୂଜା ଓ ଘଟ ସ୍ଥାପନ କରି ମନ୍ଦିର କୁ ଆସିଥିଲେ । କା ଳସି ଓ ପାଟୁଆ ମାନେ ମନ୍ଦିର ବେଢ଼ାରେ ନୃତ୍ୟ ପ୍ରଦର୍ଶନ କରିଥିଲେ । କା ଳସି ଭାବେ ଝରି ବେହେରା ୩୦ ବର୍ଷ ରୁ ଉର୍ଦ୍ଧ ହୋଇଆସୁଥିବା ବେଳେ ମହାଦେବ ଙ୍କ ପୂଜକ ବଙ୍କା ପାଢ଼ୀ ପୂଜକ ଭାବେ କାର୍ଯ୍ୟ କରିଥିଲେ ।ପାଳି ଯାତ୍ରା ଲାଗି ମହାଦେବ ଙ୍କ ମନ୍ଦିର ପ୍ରାଙ୍ଗଣ ଉତ୍ସବ ମୁଖର ହୋଇ ଉଠିଥିଲା ।