ନାବାର୍ଡ ସହିତ ମିଳିତ ଭାବରେ ଡାଲମିଆ ଭାରତ ଫାଉଣ୍ଡେସନ ଦ୍ୱାରା ଦୀକ୍ଷା ଶିକ୍ଷାନବୀଶଙ୍କ ପାଇଁ ବିଦାୟୀ ଉତ୍ସବ ଆୟୋଜିତ l ସରକାରଙ୍କର ଆତ୍ମନିର୍ଭର ଭାରତ ଲକ୍ଷ୍ୟରେ ୫ ଦୀକ୍ଷାକେନ୍ଦ୍ରରେ ପାଖାପାଖି ୪୦୦୦ ଛାତ୍ର ତାଲିମପ୍ରାପ୍ତ

ଡାଲିମିଆ ସିମେଣ୍ଟ (ଭାରତ) ଲିମିଟେଡ (ଡିସିବିଏଲ୍‌)ର କର୍ପୋରେଟ ସାମାଜିକ ଦାୟିତ୍ୱ ନିର୍ବାହ (ସିଏସ୍ଆର) ଶାଖା ଡାଲମିଆ ଭାରତ ଫାଉଣ୍ଡେସନ (ଡିବିଏଫ୍‌), ନ୍ୟାସନାଲ ବ୍ୟାଙ୍କ ଫର ଏଗ୍ରିକଲ୍‌ଚର ଆଣ୍ଡ ରୁରାଲ ଡେଭଲପମେଣ୍ଟ (ନାବାର୍ଡ) ସହିତ ମିଳିତ ଭାବରେ ଦୀକ୍ଷା ଶିକ୍ଷାନବିଶଙ୍କ ନିମନ୍ତେ ବିଦାୟୀ ଉତ୍ସବ ଆୟୋଜନ କରିଥିଲା । ସଫଳତାର ସହିତ ତାଲିମ ଶେଷ କରିଥିବା ପ୍ରାୟ ୧୯୦ ଜଣ ଛାତ୍ରଙ୍କୁ ମୁଖ୍ୟଅତିଥି ଶ୍ରୀ ତାପସ କୁମାର ବେହେରା, ଡିଡିଏମ୍‌-ନାବାର୍ଡ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ଡାଲମିଆ ଭାରତ ଫାଉଣ୍ଡେସନର ବରିଷ୍ଠ ଅଧିକାରୀଗଣ ଏବଂ ବିକାଶ ପଟନାୟକ, ଶାଖା ପରିଚାଳକ, ୟୁକୋ ବ୍ୟାଙ୍କ, ରାଜଗାଙ୍ଗପୁର ଉପସ୍ଥିତ ଥିଲେ ।

ଓଡ଼ିଶାର ରାଜଗାଙ୍ଗପୁର, ରାଉରକେଲା, ଝାରସୁଗୁଡା, କଟକ ଓ ଯାଜପୁରରେ ଥିବା ୫ଟି ଦୀକ୍ଷା କେନ୍ଦ୍ରରୁ ମୋଟ ଆଜି ପର୍ଯ୍ୟନ୍ତ ୪୦୧୭ ଛାତ୍ର ସେମାନଙ୍କ କୁଶଳତା ବିକାଶ ତାଲିମ ନେଇସାରିଛନ୍ତି । ସେମାନେ ଇଲେକ୍‌ଟି୍ରସିଆନ, ସିଲେଇ ମେସିନ ଅପରେଟର, ଜେନେରାଲ ଡୁ୍ୟଟି ଆସିଷ୍ଟାଣ୍ଟ, ରିଟେଲ ସେଲ୍ସ ଆସୋସିଏଟ ଏବଂ କଷ୍ଟମର ରିଲେସନ୍‌ସିପ ମ୍ୟାନେଜର ଭାବରେ କ୍ୟାରିୟର ଆରମ୍ଭ କରିବାକୁ ତାଲିମପ୍ରାପ୍ତ ହୋଇଛନ୍ତି । ଏହା ପରବର୍ତ୍ତୀ ସମୟରେ ସେମାନେ ମଧ୍ୟ ରାଜ୍ୟ ଓ ରାଜ୍ୟ ବାହାରେ ନିଯୁକ୍ତି ପାଇବା କ୍ଷେତ୍ରରେ ସହାୟତା ଲାଭ କରିଛନ୍ତି ।

ଶିକ୍ଷାନବୀଶମାନଙ୍କୁ ଅଭିନନ୍ଦନ ଜଣାଇ ଶ୍ରୀ ବେହେରା ସେମାନେ ବାଛିଥିବା କାର୍ଯ୍ୟରେ ବାସ୍ତବ ପ୍ରୟୋଗ ଆଭିମୁଖ୍ୟ ରଖିବାକୁ ସେମାନଙ୍କୁ ପରାମର୍ଶ ଦେଇଥିଲେ । ଶ୍ରୀ ଚେତନ ଶ୍ରୀବାସ୍ତବ, ଏକ୍‌ଜିକୁ୍ୟଟିଭ ଡାଇରେକ୍ଟର, ଡିସିବିଏଲ ଏବଂ ୟୁନିଟ୍‌ ହେଡ ରାଜଗାଙ୍ଗପୁର କହିଥିଲେ, “ଏହି ଯୁବବର୍ଗ ସଶକ୍ତ ହେବା ଏବଂ ଭବିଷ୍ୟତରେ ଆଗକୁ ବଢିବାକୁ ଉଦ୍ୟତ ହେଉଥିବା ଦେଖି ଅତ୍ୟନ୍ତ ଆନନ୍ଦିତ ଲାଗୁଛି । ପ୍ରତ୍ୟେକ ଶିକ୍ଷାନବୀଶଙ୍କୁ ତାଙ୍କର ଉଦ୍ୟମ ଏବଂ ଦୀକ୍ଷା କେନ୍ଦ୍ରଗୁଡିକର ଶିକ୍ଷକମାନେ ଏହି ଯୁବ ପ୍ରତିଭାଙ୍କୁ ଆଜିର ବୃତ୍ତିଧାରୀ ଭାବରେ ଗଢିତୋଳିବା ନେଇ ସେମାନଙ୍କ ପ୍ରୟାସକୁ ମୁଁ ଅଭିନନ୍ଦନ ଜଣାଉଛି । ଅବହେଳିତ ଯୁବବର୍ଗଙ୍କୁ ଗୁଣାତ୍ମକ ତାଲିମ ଯୋଗାଇଦେବାର ପ୍ରତିବଦ୍ଧତା ନେଇ ଆମେ ଭାରତକୁ କୁଶଳୀ ରାଷ୍ଟ୍ରରେ ପରିଣତ କରିବା ଦିଗରେ ଅବଦାନ ରଖିବା ଏବଂ ଏକ ଆତ୍ମନିର୍ଭର ଭାରତ ଗଠନ କରିବାକୁ ଚାହୁଁଛୁ । ଆମେ ଦୃଢ ବିଶ୍ୱାସୀ ଯେ ଆମର ପ୍ରୟାସ ଏହି ଅଞ୍ଚଳ ଏବଂ ତାହାସହିତ ସମଗ୍ର ଭାରତରେ ଜୀବିକା ଉପାର୍ଜନକୁ ଦୀର୍ଘସ୍ଥାୟୀ କରିବ ।”

ଏହି ଅବସରରେ ଶ୍ରୀ ଭବେଶ ୱାଲା, ଡେପୁଟି ଏକ୍‌ଜିକୁ୍ୟଟିଭ ଡାଇରେକ୍ଟର ଓ ୟୁନିଟ ହେଡ୍‌, କେସିଏମଡବ୍ଲୁ୍ୟ (କଟକ) ଦୀକ୍ଷା ଛାତ୍ରମାନଙ୍କୁ ବ୍ୟାଗ୍‌ ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ । ଏହି ଛାତ୍ରମାନେ ନର୍ସିଂ, ପୋଷାକ ସିଲେଇ ଏବଂ ସିଆରଏମ୍‌ ବିଭାଗରେ ସ୍ଥାନୀୟ ଦୀକ୍ଷା କେନ୍ଦ୍ରରେ ତାଲିମ ନେଇଛନ୍ତି । ଦୀକ୍ଷା ଆରମ୍ଭ ଦିନଠାରୁ ଶିକ୍ଷାନବୀଶଙ୍କ ଜୀବନ ଉପରେ ସକାରାତ୍ମକ ପ୍ରଭାବ ପକାଉଛି । ସ୍ଥାନୀୟ ଜନସମୁଦାୟ ଉକ୍ତ ଅଞ୍ଚଳର ଯୁବବର୍ଗଙ୍କ ଜୀବନକୁ ଏକ ରୂପ ଦେବାରେ ଡିସିବିଏଲ୍‌ର ପ୍ରୟାସକୁ ସ୍ୱୀକାର କରିଛନ୍ତି