କେରଳ: କେରଳ ର ମାଲାପୁରମ ଠାରେ ବିଶ୍ୱାସଘାତକ ମଣିଷ ପାଇଁ ଚାଲିଗଲା ଗର୍ଭବତୀ ହାତୀର ଜୀବନ । କେହିଜଣେ ହାତୀକୁ ଏକ ସପୁରୀ ଖାଇବାକୁ ଦେଇଥିଲା । ଏବଂ ସପୁରୀ ଭିତରେ ବାଣ ଥିଲା । ହାତୀ ମଣିଷର କପଟତା କୁ ବୁଝିନପାରି ସପୁରୀ ଖାଇଥିଲା ସପୁରୀ ଭିତରେ ଥିବା ବାଣ ହାତୀର ପାଟି ଭିତରେ ଫୁଟି ଯାଇଥିଲା । ଅସହ୍ୟ ଯନ୍ତ୍ରଣା ରେ ଗର୍ଭବତୀ ହାତୀ ତିନିଦିନ ପାଣିରେ ଛିଡା ହୋଇ ରହିବା ପରେ ମୃତ୍ୟବରଣ କରିଥିଲା । ଦିନକୁ ଦିନ ମରିଯିବାରେ ଲାଗିଛି ମଣିଷର ମାନବିକତା । ହାତୀ ଦାନ୍ତ ନିର୍ମିତ ସୌଖିନ ଜିନିଷ ବ୍ୟବହାର କରିବାକୁ ଆଗ୍ରହୀ ବହୁତ ବ୍ୟକ୍ତି ଙ୍କ ଠାରୁ ଆରମ୍ଭ କରି ପଶୁପ୍ରେମୀ, ସମ୍ବେଦନଶୀଳ ବହୁତ ବ୍ୟକ୍ତି ଏକ ଗର୍ଭବତୀ ହାତୀର ନୃଶଂସ ହତ୍ୟାକୁ ନିନ୍ଦା କରୁଛନ୍ତି କେନ୍ଦ୍ରମନ୍ତ୍ରୀ ମଧ୍ୟ ଏହି ଘଟଣାର ତଦନ୍ତ ଆଦେଶ ଦେଇଛନ୍ତି ସାମାନ୍ୟ ମାନବୀୟ ସ୍ପନ୍ଦନ ଥିବା ମଣିଷ ଏହା ଅତି ନୃଶଂସ ହତ୍ୟା କହିବ, କହିବା ଉଚିତ, ନିନ୍ଦା କରିବା ଉଚିତ କିନ୍ତୁ ସେଇଠି ଆରମ୍ଭ, ଶେଷ ନୁହେଁ ଏଭଳି ନୃଶଂସ କାର୍ଯ୍ୟ ନିଜେ ନ କରିବା ପାଇଁ ସଂକଳ୍ପ ନେବ ଏବଂ ନୃଶଂସ କେବଳ ହାତୀ କ୍ଷେତ୍ର ରେ ସୀମିତ ନୁହେଁ ସବୁ ଜୀବ ଏବଂ ମଣିଷ ଓ ପ୍ରକୃତି ଉପରେ ଅକଥନୀୟ ହିଂସାର ବିରୋଧ ହବା ଜରୁରୀ ଗୋଟିଏ ଉଦାହରଣ ଦିଆଯାଇପାରେ ଶହେ ଅଥାନବେ ପ୍ରବାସୀ ଶ୍ରମିକ କେବଳ ଦୁର୍ଘଟଣାରେ ମୃତ୍ୟ ବରଣ କଲେ, କୋଟି କୋଟି ଶ୍ରମିକ ଅନାହାର, ଅର୍ଧାହାର ରେ ବିକଳ ହୋଇ ଘରକୁ ଫେରିବା, ଏକ ଛୁଆ ତାର ମାର ମର ଶରୀର ପାଖରେ କାନ୍ଦିବା, ଗୁଜରାଟ ପୋଲିସ ଜଣେ ଓଡ଼ିଆ ଶ୍ରମିକଙ୍କୁ ମାଡ଼ ମାରିଦେବା,ଲକଡାଉନ କୁ ଲାଗୁ କରିବାପାଇଁ ପୋଲିସ ଶ୍ରମିକ ମାନଙ୍କୁ ଆଣ୍ଠେଇବାଠାରୁ ଆରମ୍ଭ କରି ଗୋରୁ ଗାଈ ଭଳି ଦଣ୍ଡା ରେ ପିଟିବା ଭଳି ହଜାର ଶଙ୍ଖାରେ ହୃଦୟ ଦୋହଲେଇ ଦେବା ଘଟଣାମାନ.. କିନ୍ତୁ କିଭଳି ରାଜନୈତିକ ଦଳ, ଜାତି, ଧର୍ମ, ଅଂଚଳ ଇତ୍ୟାଦିରେ ଏଭଳି ଭାଗ ହୋଇଯାଉଛି ସବୁ ପାଣିଚିଆ ହୋଇଯାଉଛି ! ସମ୍ଭବତଃ ଏହା ଦେଖାଉଛି ଯେ ଆମର ହୃଦୟ ନିର୍ମଳ ନୁହେଁ ଯାହାର ଆଣ୍ଟିନା କେବଳ କିଛି ଘଟଣାକୁ ଟାଣୁଛି.. “ଅତି ଶସ୍ତା, ହଲୁକା ଭାବେ କହିଲେ “ଯାହାକୁ ଯେମିତି ଆସେରେ ବାବା.. “ସେମିତି ହେଲେ ଏହି ହିଂସ୍ରତା କଣ କମିବାର କାରଣ ରହିବ ?
ବିଶ୍ଵପ୍ରିୟ କାନୁନଗୋ : ବରିଷ୍ଠ ଆଇନଜୀବୀ