ରାୟଗଡ଼ା,(ପ୍ରଫୁଲ୍ଲ କୁମାର ବେହେରା): ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ଗ୍ରାମ ଭୈରବଗଡ ଞ ଭଳି ବିଭିନ୍ନ ଗ୍ରାମ ଅଞ୍ଚଳ ରେ କୁମାର ପୂର୍ଣ୍ଣିମା ପୂଜା ପାଳିତ ହୋଇଯାଇଛି। ଆଶ୍ୱିନ ମାସ ପୂର୍ଣ୍ଣିମା ତିଥିରେ କୁମାରୀ ମାନଙ୍କ ପାଇଁ ଏହା ହେଉଛି ବଡ଼ ଉତ୍ସବର ଦିନ ଏହାକୁ ଭାଦ୍ରବ ପୂର୍ଣ୍ଣିମା ବା ଇଦୁ ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇଥିବା ଜହ୍ନି ଓଷା ଉଦ୍ ଯାପିତ ହୋଇଛି। ଏହି ଦିନ ରେ କୁମାରୀ ମାନେ ସକାଳୁ ଗାଧୋଇ ସାରି ନୂଆ ପୋଷାକ ପିନ୍ଧି ଥାଆନ୍ତି ଓ କୁମାରୀ ମାନେ ଗୁଆ, ଖଇ, ଫଳ, ପୁଷ୍ପ କୁ ଆଞୁଳି ଟେକି ସୂର୍ଯ୍ୟ ଙ୍କୁ ପ୍ରଣାମ କରିଥାନ୍ତି। ସନ୍ଧ୍ଯା ହେଲେ ତୁଳସୀ ଚଉରା ମୂଳରେ ଜନ୍ନି ଫୁଲରେ କୋଠି ଚାଉଳ ରେ ପିଠା ରେ ଜହ୍ନ ତିଆରି କରନ୍ତି ଏବଂ କଳସ ସ୍ଥାପନ କରି ପୂଜାର୍ଚ୍ଚନା କରିବା ସହ ଭୁଇଁରେ ଝୋଟି ଦେଇଥାଆନ୍ତି । ଏହା ପରେ କୁମାରୀ ମାନେ ଜହ୍ନି ଫୁଲ, ଫଳ,ଖଇ, ଆଦି କୁମାରୀ ମାନେ ଆଞୁଳି ଟେକି ସେହି ସମୟରେ କୁମାରୀ ମାନେ ବଲୋନ୍ତି । ଜହ୍ନିଫୁଲ ଠୋଠା କାକୁଡ଼ି ଫୁଲ ଠୋଠା ଗୁଣ୍ଡିଚୀ ମୂଷା କହିଯାଇଛି ଚାଉଳ ମୁଠେ ଥଇତା ଏହି ଗୀତ ଗାନ କରି ହୁଳହୁଳି ଦେଇ କୁମାରୀ ମାନେ ବନ୍ଦାପନା କରି ପୂଜାର୍ଚ୍ଚନା କରିଥାନ୍ତି । ଶେଷରେ ଗୁରୁ ଜନ ମାନଙ୍କ ଠାରୁ ଆଶିର୍ବାଦ ନେଇ ଥାଆନ୍ତି । ଏହି ସମୟରେ ଭୈରବଗଡ କୁମାରୀ ମାନେ ହେଲେ ସାରଦା ,ଇତି,ଜୋତି,ବନିତା, ବର୍ଷା, ରଶ୍ମିତା,ମାନି, ମିନୁ,ଦିପିକା ରିତା ।