ଗୁଣୁପୁର, (ସିଦ୍ଧାର୍ଥ ଦାସ) ସ୍ଥାନୀୟ ଗାୟତ୍ରୀ ଫାର୍ମାସୀ ମହାବିଦ୍ୟାଳୟରେ ବିଶ୍ବ ଫାର୍ମାସିଷ୍ଟ ଦିବସ ପାଳିତ ହୋଇଯାଇଛି । ସକାଳୁ ତୃତୀୟ ବର୍ଷର ଫାର୍ମାସୀ ଛାତ୍ର ଛାତ୍ରୀ ଏକ ରାଲିରେ ବାହାରି କୋଭିଡ ନିୟନ୍ତ୍ରଣ ଓ ଫାର୍ମାସିଷ୍ଟ ଙ୍କ ଭୂମିକା ସମ୍ପର୍କରେ ଜନ ସଚେତନତା ସୃଷ୍ଟି କରିବା ସହ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ରୋଗୀ ଓ ସଫେଇ କର୍ମଚାରୀ ଙ୍କୁ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରିଥିଲେ । ସ୍ଥାନୀୟ ମେଡିକାଲ ଏସଡିଏମଓ ଡଃ.ରମେଶ ଚନ୍ଦ୍ର ସାହୁ ଏବଂ ଫାର୍ମାସିଷ୍ଟ ପଣ୍ଡାଙ୍କୁ ସମ୍ବର୍ଦ୍ଧନା ଜଣାଇଲେ। ଏହି କାର୍ଯ୍ୟକ୍ରମ କୁ ପ୍ରିନ୍ସିପଲ୍ ଡଃ.ପ୍ରlକାଶ ଚନ୍ଦ୍ର ସେନାପତି , ପ୍ରଫେସର ଡଃ.କାହ୍ନୁ ଚରଣ ପାଣିଗ୍ରାହୀ , ପ୍ରାଧ୍ୟାପକ ଜଗଦୀଶ ଖୁଣ୍ଟିଆ ଅତିଥି ରୂପେ ଯୋଗ ଦେଇଥିଲେ ।
ପ୍ରଥମ ଓ ଦ୍ଵିତୀୟ ବର୍ଷର ଛାତ୍ର ଛାତ୍ରୀ ମାନେ ରେଗେଡ଼ା ଓ ଆଖପାଖ ଗ୍ରାମରେ ରୋଗ ଓ ପ୍ରତିଷେଧ କରୋନା ମହମରି, ଟିବି ଓ କ୍ୟାନ୍ସର ସମ୍ପର୍କରେ ସଚେତନତା ସୃଷ୍ଟି କରି କାର୍ଯ୍ୟକ୍ରମ ଆୟୋଜକ ସ୍ଥିରୀକୃତ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ଅଧ୍ୟକ୍ଷ ଅକ୍ଷୟ ଦାସ ଏବଂ ସମ୍ପାଦକ ସଞ୍ଜୟ ସାହୁ ଫାର୍ମାସିଷ୍ଟ ଓ ନୂତନ ଫାର୍ମାସିଷ୍ଟ ମାନଙ୍କୁ ଶୁଭେଛା ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଅନୁପମ ସାହୁ,ଅନୁପ ଦାସ,ସୌମ୍ୟ ବିଶ୍ବାଳ, ବି.ଚନ୍ଦ୍ରିକା,ଅର୍ଚ୍ଚନା ଚାନ୍ଦ,ସୁଜାତା ନାୟକ,ମହାଲକ୍ଷ୍ମୀ ଦାସ ଶାଶ୍ଵତୀ ବେହେରା,ସ୍ବଦେଷ୍ନା ମହାନ୍ତି,ଲୋହା ବାଉରୀ,ଚୈତନ୍ୟ ପ୍ରଧାନ,ରାଜିବ ପଣ୍ଡା,ପ୍ରଫୁଲ୍ଲ ମହାନ୍ତି,ପ୍ରଫୁଲ୍ଲ ପଟ୍ଟନାୟକ,ବାବୁଲା ଦାସ,ବିଷ୍ଣୁ ରଥ,ଦେବେନ୍ଦ୍ର ମିଶାଲ,ରବି ଗୌଡ,ଜୁଜା ବିଡିକା,ଅଭି ବେହେରା ପ୍ରମୁଖ କର୍ମଚାରୀ ସହଯୋଗ କରିଥିଲେ ।