ଯାତ୍ରୀଙ୍କ ପାଇଁ ଖୁସି ଖବର। ଏବେ ଗୋଟେ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ଯାଇପାରିବେ। କାହିଁକିନା ରାଜ୍ୟ ସରକାର ଚଲାଇବେ ୫ଟି ସ୍ୱତନ୍ତ୍ର ଟ୍ରେନ। କେବଳ କନଫର୍ମ ଟିକେଟ ଥିବା ଯାତ୍ରୀଙ୍କୁ ଯାତ୍ରା ପାଇଁ ଅନୁମତି ମିଳିବ। ସ୍ପେଶାଲ ଟ୍ରେନ ପାଇଁ ଟିକେଟ ରିଜର୍ଭେସନ କାଉଣ୍ଟର ଆଇଆରସିଟିସିରୁ ମିଳିବ। ଜୁନ ୮ରୁ ୩୦ ଯାଏଁ ଚାଲିବ ଟ୍ରେନ। ତେବେ ପ୍ରତି ଶନିବାର ଏବଂ ରବିବାର ସ୍ପେଶାଲ ଟ୍ରେନ ବନ୍ଦ ରହିବ। ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର ଚାଲିବ ଟ୍ରେନ।
ରାଜ୍ୟରେ ଜୁନ ୮ରୁ ୩୦ ମଧ୍ୟରେ ଗଡ଼ିବ ୫ଟି ସ୍ବତନ୍ତ୍ର ଟ୍ରେନ୍ ।
ସମ୍ବଲପୁର-ଖୋର୍ଦ୍ଧାରୋଡ୍-ସମ୍ବଲପୁରକୁ ଗଡ଼ିବ ଟ୍ରେନ୍ ।
ସମ୍ବଲପୁରରୁ ସକାଳ ୬ଟା, ଖୋର୍ଦ୍ଧାରୋଡ୍ରୁ ଦିନ ୪ଟା ୫୫ରେ ଛାଡ଼ିବ ।
ଭୁବନେଶ୍ବର-ବଲାଙ୍ଗିର-ଭୁବନେଶ୍ବରକୁ ଗଡ଼ିବ ଟ୍ରେନ୍
ଭୁବନେଶ୍ବର-ଭଦ୍ରକ-ଭୁବନେଶ୍ବରକୁ ଗଡ଼ିବ ସ୍ବତନ୍ତ୍ର ଟ୍ରେନ୍
ଭୁବନେଶ୍ବର-ବ୍ରହ୍ମପୁର-ଭୁବନେଶ୍ବରକୁ ଗଡ଼ିବ ସ୍ବତନ୍ତ୍ର ଟ୍ରେନ୍
ଭୁବନେଶ୍ବର-କୋରାପୁଟ-ଭୁବନେଶ୍ବରକୁ ଗଡ଼ିବ ଟ୍ରେନ୍