Biplabnews Bureau ,
ଭୁବନେଶ୍ବର ୦୧ / ୦୬ : ଅନଲକ ୧.୦ ପାଇଁ ରାଜ୍ୟ ସରକାର ସୋମବାର ନୂତନ ନିୟମାବଳୀ ଜାରି କରିଛନ୍ତି । ଏ ନେଇ ସୋମବାର ଅପରାହ୍ନରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଅନଲକ ୧.୦ ଆରମ୍ଭ ହୋଇଥିଲେ ମଧ୍ୟ ରାଜ୍ୟମାନେ ନିଜ ସ୍ଥିତି ଅନୁଯାୟୀ କଟକଣା ଲଗାଇ ପାରିବେ ବୋଲି ଅସିତ ତ୍ରିପାଠୀ କହିଥିଲେ। ଜୁନ ମାସ ଆମ ପାଇଁ ଅଧିକ ଗୁରୁତ୍ବପୂର୍ଣ୍ଣ ଅଟେ। ଜୁନରେ କରୋନା ଆହୁରି ବଢିପାରେ ଆମକୁ ସର୍ବାଧିକ ସତର୍କ ରହିବାକୁ ହେବ। ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଉଥିବାରୁ ରାଜ୍ୟରେ କଟକଣା କୋହଳ କରାଯିବ ନାହିଁ ବୋଲି କହିଛନ୍ତି। ଏଥିସହ ଅନ୍ତ୍ୟେଷ୍ଟି କ୍ରିୟା ଓ ବିବାହ କାର୍ଯ୍ୟ ପାଇଁ ସାମାନ୍ୟ କୋହଳ କରାଯାଇଛି ଏବଂ ହୋଟେଲ ଗୁଡିକ ୩୦ % କ୍ଷମତାକୁ ନେଇ ଖୋଲିପାରିବେ ବୋଲି ସେ ସୂଚନା ଦେଇଛନ୍ତି।
୧- ଜୁନ ଶେଷ ପର୍ଯ୍ୟନ୍ତ ପ୍ରତ୍ୟୋକ ଶନିବାର ଓ ରବିବାର ୧୧ଟି ଜିଲା ସଟ ଡାଉନ ରହିବ, ଗଞ୍ଜାମ, ପୁରୀ, ନୟାଗଡ଼, କଟକ , ଜଗତସିଂହପୁର, କେନ୍ଦ୍ରାପଡା, ଖୋର୍ଦ୍ଧା, ଯାଜପୁର, ଭଦ୍ରକ , ବାଲେଶ୍ବର, ଓ ବଲାଙ୍ଗୀର। ସଟଡାଉନ ୨ଦିନ କୌଣସି ଅଫିସ ଖୋଲା ରହିବ ନାହିଁ । କେବଳ ଅତ୍ୟାବଶ୍ୟକ ସେବା ପ୍ରଦାନକାରୀ ଆତଯାତ କରିପାରିବେ ।
୨- ଛେପ ପକାଇଲେ ଓ ମାସ୍କ ନ ପିନ୍ଧିଲେ ଦେବାକୁ ହେବ ଅଧିକ ଜରିମାନା। ପ୍ରଥମ ଓ ୨ୟ ନିୟମ ଭାଙ୍ଗି ଧରାପଡିଲେ ଜରିମାନା ୫୦୦ , ତୃତୀୟ ଥର ନିୟମ ଭାଙ୍ଗି ଧରାପଡିଲେ ୧ ହଜାର ଜରିମାନା । ମାସ୍କ ନ ପିନ୍ଧିଲେ ଜରିମାନା ସହ ଗିରଫ ବି କରାଯିବ କହିଲେ ଡିଜିପି। ଏପିଡେମିକ ଆକ୍ଟ ଅନୁସାରେ ଗିରଫ କରାଯିବ ବୋଲି ଡିଜିପି କହିଛନ୍ତି । ବିନା କାରଣରେ କୁଆଡେ ନ ବୁଲିବାକୁ ନିର୍ଦ୍ଦେଶ ।
୩- ଅନ୍ତ୍ୟେଷ୍ଟି କ୍ରିୟା ନିମନ୍ତେ ଅନୁମତି ନେଇ ୨୦ ଜଣ ଏକାଠି ହୋଇପାରିବେ। ବିବାହ କାର୍ଯ୍ୟ ପାଇଁ ଅନୁମତି ନେଇ ୫୦ ଜଣ ଏକାଠି ହୋଇପାରିବେ।
୪- ରାତ୍ର କାଳୀନ କର୍ଫ୍ୟୁ ୭ ରୁ ୭ ବଳବତ୍ତର ରହିବ, ଏହାକୁ ଅଧିକ କଡାକଡ଼ି ଲାଗୁ କରାଯିବ ।
୫ – ୩୦ ଜୁନ ଯାଏ ଧର୍ମୀୟ ସ୍ଥାନକୁ ସର୍ବସାଧାରଣ ପ୍ରବେଶ ମନା।
୬- ସପିଙ୍ଗ କମ୍ପେକ୍ସ ମଧ୍ୟ ୩୦ ଜୁନ ଯାଏ ବନ୍ଦ ।
୭ – ୩୦ % କ୍ଷମତାକୁ ନେଇ ଖୋଲିପାରିବ ହୋଟେଲ।
୮ – ସିନେମା ହଲ, ଜିମ୍ନାସିମ ଓ ସୁଇମିଂ ପୁଲ ମଧ୍ୟ ଜୁନ ଶେଷ ଯାଏ ବନ୍ଦ ।
୯ – ସାମାଜିକ, ରାଜନୈତିକ ଓ ଧର୍ମୀୟ ସମାବେଶ ମଧ୍ୟ ବନ୍ଦ ରହିବ।
୧୦ – ଜୁଲାଇ ୩୧ ଯାଏ ବନ୍ଦ ରହିବ ସ୍କୁଲ ଓ କଲେଜ ଓ କୋଚିଂ ସେଣ୍ଟର ବନ୍ଦ ରହିବ।