ରାୟପୁର ୨୯।୦୫: ଛତିଶଗଡର ପୂର୍ବତନ ତଥା ପ୍ରଥମ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ଶୁକ୍ରବାର ପରଲୋକ ହୋଇଛି l ତାଙ୍କ ପୁଅ ଅମିତ ଯୋଗୀ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି l 74 ବର୍ଷୀୟ ଅଜିତ ଯୋଗୀ ହୃତଘାତର ଶିକାର ହୋଇ ରାୟପୁରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ l ଅଜିତ ଯୋଗୀ ଛତିଶଗଡର ପ୍ରଥମମୁଖ୍ୟମନ୍ତ୍ରୀ ଭାବରେ 2000 ମସିହାରୁ 2003 ନଭେମ୍ବର ମାସ ଯାଏ କାର୍ଯ୍ୟ ତୁଲାଇଥିଲେ l 2016ରେ ସେ କଂଗ୍ରେସରୁ ଅଲଗା ହୋଇ ଜନତା କଂଗ୍ରେସ ଛତିଶଗଡ ନାମରେ ଏକ ଦଳ ଗଠନ କରିଥିଲେ l ତାଙ୍କ ବିୟୋଗରେ ଛତିଶଗଡରେ ଶୋକର ଛାୟା ଖେଳିଯାଇଛି l ଅଜିତ୍ ଯୋଗୀଙ୍କ ଜୀବନକାଳ ଉପରେ ନଜର ପକାଇଲେ ଜଣା ପଡେ ଯେ, ସେ ନିଜ ସମୟରେ ଅନେକ ଭୂମିକା ନିର୍ବାହ କରିଛନ୍ତି। ଅଜିତ୍ ଯୋଗୀ ଏମିତି ଜଣେ ବ୍ୟକ୍ତି ଯାହାଙ୍କ ନାମ କେବଳ ରାଜନୀତି ନୁହେଁ ବରଂ ପ୍ରଶାସନିକ କ୍ଷେତ୍ରରେ ମଧ୍ୟ ଖୁବ୍ ରହିଛି। ଆଦିବାସୀ ସମାଜରୁ ଆସିଥିବା ଅଜିତ୍ ଯୋଗୀ ଆରମ୍ଭରୁ ଜଣେ ମେଧାବୀ ଛାତ୍ର ଥିଲେ।