ଷଡ଼ଙ୍ଗୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ରାଷ୍ଟ୍ରୀୟ ବାଲ୍ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ

ଢେଙ୍କାନାଳ,୧୧/୦୭,(ଶୁଭମ ପାଣି): ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଷଡ଼ଙ୍ଗୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷଡ଼ଙ୍ଗୀ ରେ ଆଜି ଜୁଲାଇ ମାସ ଏଗାର ତାରିଖ ଦିନ ପୂର୍ବାହ୍ନ ଏଗାରଟାରେ ଶ୍ରୀରାମ ଚନ୍ଦ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆନୁକୁଲ୍ୟରେ ରାଷ୍ଟ୍ରୀୟ ବାଲ୍ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଡାକ୍ତର ବିଜୟ ସାମଲ, ଡାକ୍ତର ଦେବି ସ୍ମିତା ସାହୁ, ଷ୍ଟାଫ୍ ନର୍ସ ବିଦ୍ଯାବତି ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପରୀକ୍ଷା କରାଯାଇ ଅଛି। ବିଦ୍ୟାଳୟ ର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକ୍ରୁତିବନ୍ଧୁ ହରିହର ସାହୁ ଙ୍କ ଉପସ୍ଥିତି ରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ଷୋହଳ ଟି କେସ ରେଫର ହୋଇ ଅଛି। ଆଜି ବିଦ୍ୟାଳୟ କୁ ଆସିଥିବା ଏକଶହ ପଞ୍ଚାବନ ଛାତ୍ର ଛାତ୍ରୀ ମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ଔଷଧ ବିତରଣ କରାଯାଇଅଛି। କାର୍ଯ୍ୟ କ୍ରମରେ ଶିକ୍ଷକ ବିଜୟ କୁମାର ବରାଳ, ଅଜିତ କୁମାର ରାଉତ, ରବିନାରାୟଣ ବେହେରା, ଶିକ୍ଷୟିତ୍ରୀ ହିରଣ୍ମୟୀ ପଣ୍ଡା ସର୍ମିଷ୍ଠା ବେହେରା ଓ ମଧୁମିତା ପ୍ରଧାନ ସହଯୋଗ କରିଥିଲେ। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରକ୍ରୁତିବନ୍ଧୁ ଶ୍ରୀ ସାହୁ ସମସ୍ତ ଡାକ୍ତର ଓ ଷ୍ଟାଫ୍ ନର୍ସ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।