ଧୂମ ଧାମ ରେ ପାଳିତ ହେଲା ରାଜଗାଙ୍ଗପୁର ସହର ରେ ରଥ ଯାତ୍ରା |

ରାଜଗାଙ୍ଗପୁର,୦୧/୦୭ (ମନୋଜ ଭୋଳ) :- ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ସହର ରେ ଧୂମ ଧାମ ରେ ରଥ ଯାତ୍ରା ପାଳିତ ହୋଇଥିବା ଜଣାପଡିଛି |ଗତ ୨ ବର୍ଷ ହେବ କୋରୋନା କଟକଣା ଯୋଗୁ ରାଜଗାଙ୍ଗପୁର ସହର ରେ ସମସ୍ତ ପର୍ବ ଫିକା ପଡିଥିବା ବେଳେ ରଥ ଯାତ୍ରା ମଧ୍ୟ ୨ବର୍ଷ ଧରି ବନ୍ଦ ରହିଥିଲା |ଏ ବର୍ଷ କୋରୋନା କଟକଣା କୋହଳ ହୋଇଥିବା ବେଳେ ଏହି ରଥ ଯାତ୍ରା ପର୍ବ ପୂର୍ବ ପରି ଧୂମ ଧାମ ରେ ପାଳିତ ହୋଇ ଥିବା ଦେଖିବାକୁ ମିଳିଥିଲା |

ଆଜି ସକାଳେ ରାଜଗାଙ୍ଗପୁର ସହର ଲିପିଲୋଇ ସ୍ଥିତ ଜଗନ୍ନାଥ ମନ୍ଦିର ରେ ସମସ୍ତ ନୀତି କାନ୍ତି ସମ୍ପର୍ଣ ପରେ ପୂଜାର୍ଚନା ଜାରି ରହିଥିବା ବେଳେ ସନ୍ଧ୍ୟା ସମୟରେ ମହାପ୍ରଭୁ ରଥ ଉପରେ ବିଜେ କରିଥିଲେ |ଏ ଦୃଶ୍ୟ ଦେଖିବାକୁ ରାଜଗାଙ୍ଗପୁର ସହର ତଥା ଆଖ ପାଖ ଅଞ୍ଚଳରୁ ଭକ୍ତ ଙ୍କ ସୁଅ ଛୁଟି ଥିଲା |ରଥ ଟାଣିବା ଲାଗି ଭକ୍ତ ଙ୍କ ଭିଡ ଦେଖିବାକୁ ମିଳିଥିଲା | ଦୀର୍ଘ ଦୁଇ ବର୍ଷ ବ୍ୟବଧାନ ରେ ଏହି ରଥ ଯାତ୍ରା ପର୍ବ ପାଳିତ ହେବା ଯୋଗୁ ଏ ବର୍ଷ ରାଜଗାଙ୍ଗପୁର ସହର ର ଲିପିଲୋଇ ଠାରୁ ପାହାଡୀ ମନ୍ଦିର ପ୍ରଜ୍ୟନ୍ତ ଶ୍ରଦ୍ଧାଳୁ ମାନଙ୍କ ଭିଡ ରାସ୍ତା ରେ ଦେଖିବାକୁ ମିଳିଥିଲା |ଭକ୍ତ ମାନେ ଶ୍ରଦ୍ଧା ରେ ରଥ ଟାଣିବା ସହ ମହାପ୍ରଭୁ ଙ୍କୁ ଦର୍ଶନ କରିଥିଲେ |ଏହି ରଥ ଯାତ୍ରା ପାଇ ରାଜଗାଙ୍ଗପୁର ପୋଲିସ ପକ୍ଷରୁ କୌଣୋସି ଅପ୍ରତିକର ପରିସ୍ଥିତି ସୃଷ୍ଟି ନ ହେବା ପାଇ ସୁରକ୍ଷା ବ୍ୟବସ୍ଥା କଡା କଡ଼ି କରାଯାଇଥିବା ଦେଖିବାକୁ ମିଳିଥିଲା