ବାଣପୁର ବଜାରରୁ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଜାରି

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ତହସିଲ ଅଧୀନ ବାଣପୁର ବଜାରରୁ ଜବରଦଖଲ ଉଚ୍ଛେଦ ହୋଇଛି । ସ୍ଥାନୀୟ ପ୍ରଶାସନ ତତ୍ତ୍ବାବଧାନରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ସୂଚନା ଅନୁସାରେ ବାଣପୁର ମୁଖ୍ୟ ରାସ୍ତାକୁ ମାଡ଼ି ଅନେକ ବେଆଇନ ଭାବେ ସ୍ଥାୟୀ ଓ ଅସ୍ଥାୟୀ ଦୋକାନ ଘର ନିର୍ମାଣ କରିଥିଲେ ।

ଯାହା ଫଳରେ ଅନେକ ସମୟରେ ବଜାରରେ ଅସମ୍ଭାଳ ଭିଡ଼ ହେବା ସହ ଟ୍ରାଫିକ ସମସ୍ୟା ଉପୁଜୁଥିଲା । ଆଜି ବାଣପୁର ତହସିଲଦାର କୁଞ୍ଜବିହାରୀ ବଡ଼ଜେନାଙ୍କ, ଏନ.ଏ.ସି କର୍ମଚାରୀ ଓ ବାଣପୁର ପୌରଅଧ୍ୟକ୍ଷ ମିଟୁ ନାୟକଙ୍କ ଉପସ୍ଥିତିରେ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ସ୍ଥାନୀୟ ଲୋକେ ଉଚ୍ଛେଦ କାର୍ଯ୍ୟରେ ପ୍ରଶାସନକୁ ସହଯୋଗ କରୁଥିବାରୁ ଶାନ୍ତି ଶୃଙ୍ଖଳାର ସହ ଉଚ୍ଛେଦ କାର୍ଯ୍ୟ ଚାଲୁ ରହିଛି ।