ଢେଙ୍କାନାଳ,୧୮/୦୬(ଶୁଭମ ପାଣି) : ଢେଙ୍କାନାଳ ଆସନ୍ତା ନିର୍ବାଚନ ସମୟରେ ସରକାରଙ୍କ କାର୍ଯ୍ୟରେ ଲାଗିଥିବା ଢେଙ୍କାନାଳର ବସ୍ ଆସୋସିଏସନ ର ସବୁ ବସ ମାନଙ୍କର ଭଡ଼ା ଟଙ୍କା ଆଜି ଯାଏ ମିଳିଲା ନାହିଁ । ଏହି ପ୍ରତିବାଦରେ ଢେଙ୍କାନାଳ ବସ୍ ମାଲିକ ମାନେ ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଙ୍କ ପାଖରେ ଭେଟିଥିଲେ । ଗତ ନିର୍ବାଚନ ସରିବାର ୪ ମାସ ବିତି ଗଲାଣି ହେଲେ ସେମାନେ ତାଙ୍କର ବକେୟା ଟଙ୍କା ଏ ପର୍ଯ୍ୟନ୍ତ ପାଇ ନାହିଁନ୍ତି । ଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ସେଠୀ ପ୍ରତିଶୃତି ଦେଇଥିଲେ ଯେ ସେମାନଙ୍କ ବକେୟା ଟଙ୍କା ଆସନ୍ତା ୨ ରୁ ୩ ଦିନ ମଧ୍ୟରେ ମିଳିବ ବୋଲି ପ୍ରତିଶୃତି ଦେଇଥିଲେ.. ଜିଲ୍ଲାପାଳ ଙ୍କ କାର୍ଯ୍ୟାଳରେ ରୁଦ୍ର ନାରାୟଣ ତ୍ରିପାଠି(ବୁଲୁ ଭାଇ) ଢେଙ୍କାନାଳ ବସ୍ ଆସୋସିଏସନ୍ ସେକ୍ରେଟେରି, ପ୍ରେସିଡେଣ୍ଟ ପ୍ରଭାକର ବେହେରା, ମିଳିତ ପ୍ରେସିଡେଣ୍ଟ ରୁଦ୍ର ନାରାୟଣ ତ୍ରିପାଠ ଓ ଅନ୍ୟାନ୍ୟ ବସ୍ ମାଲିକ ମାନେ ଏକତ୍ରିତ ହୋଇ ଜିଲ୍ଲାପାଳ ଙ୍କୁ ଭେଟିଥିଲେ ।