ରାଜଗାଙ୍ଗପୁର,୨୮/୦୨(ମନୋଜ ଭୋଳ):- ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ବ୍ଲକ ,କୁତ୍ରା ବ୍ଲକ ଓ ଲାଠିକଟା ବ୍ଲକ ରେ ଚଳିତ ପଞ୍ଚାୟତ ନିର୍ବାଚନରେ ବିଜେଡି ବାଜିମାତ କରିଥିଲା | ଯାହାକୁ ନେଇ ଖୁସି ର ଲହରୀ ଖେଳି ଥିବା ଦେଖିବାକୁ ମିଳିଛି | ବିଜେଡି ର୍ ପୁରୁଖା ନେତା ତଥା ରାଜଗାଙ୍ଗପୁର ପୂର୍ବତନ ବିଧାୟକ ତଥା ବିଜୁ ଜନତା ଦଳ ରାଜ୍ୟ ଉପସଭାପତି ମଙ୍ଗଳା କିଷାନ ଙ୍କ ପରିଶ୍ରମ ଓ ଜନସାଧାରଣ ପାଇଁ କରିଥିବା ତାଙ୍କ ଲୋକ ଅଭିମୁଖୀ କାର୍ଯ୍ୟ କୁ ଜନସାଧାରଣ ଭୁଲିନାହାନ୍ତି | ଜନସାଧାରଣ ଙ୍କ ହୃଦୟରେ ତାଙ୍କ ପାଇଁ ଥିବା ସମ୍ମାନ ଓ ଭଲପାଇବା ଆଜି ଭି ରହିଛି ତାହା ପ୍ରମାଣ ହୋଇଛି | ନିଜର ବାର୍ଦ୍ଧକ୍ୟତା କୁ ଖାତିର ନକରି ନିର୍ବାଚନ ପ୍ରଚାର ର ପ୍ରଥମ ଦିନ ଠାରୁ ଆରମ୍ଭ କରି ନିଜେ ପ୍ରତ୍ୟେକ ପଞ୍ଚାୟତରେ ଘର ଘର ବୁଲି ଭୋଟ ଭିକ୍ଷା କରିଥିଲେ | ସଖାଳ 6 ଘଟିକା ରୁ ସେ ଘରୁ ବାହାରି ରାଜଗାଙ୍ଗପୁର ବ୍ଲକ ର ଥିବା ପଞ୍ଚାୟତ ରେ ବୁଲି ନିର୍ବାଚନ ପ୍ରଚାର କରିବା ସହ ମାନ୍ୟବର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଲୋକା ଅଭିମୁଖୀ କାର୍ଯ୍ୟ ଓ ଲୋକ ହିତ କାରୀ ଯୋଜନା ଗୁଡିକ କୁ ନେଇ ଜନସାଧାରଣ ଙ୍କୁ ଅବଗତ କରାଇଥିଲେ | ଏମିତିକି ଦଳ ବିରୋଧୀ ଲୋକ ମାନେ ତାଙ୍କ ମନୋବଳ ଭାଙ୍ଗିବା ପାଇଁ ବିଭନ୍ନ ମନ୍ତବ୍ୟ ଓ କୁ ପ୍ରଚାର କୁ ମଧ୍ୟ ସେ ଖାତିର ନକରି ନିଜର ଗୋଟିଏ ଲକ୍ଷ କିଭଳି ଲୋକ ଙ୍କ ହିତ ଦିଗରେ କାର୍ଯ୍ୟ କରାଯିବ ସେ ନେଇ ଆଗକୁ ବଢି ଚାଲିଲେ | ତାଙ୍କର ଏହି ପରିଶ୍ରମ ର ଫଳ ଚଳିତ ପଞ୍ଚାୟତ ନିର୍ବାଚନ ରେ ରାଜଗାଙ୍ଗପୁର (କ) ଓ (ଖ), କୁତ୍ରା (କ) ଓ (ଖ ) ଏବଂ ଲାଠିକଟା ରେ ଜିଲ୍ଲାପରିଷଦ ରେ ଗରିଷ୍ଠତା ହାସଲ କରି ବିଜେଡି ବାଜିମାତ କରିଛି | ତାହା ସ୍ପଷ୍ଟ ଜଣା ପଡୁଛି | ବାର୍ଦ୍ଧକ୍ୟତା କେବେ ହେଲେ ନିଜ ଲକ୍ଷ ଆଗରେ ଆଗକୁ ବଢ଼ିପାରେ ନାହିଁ ତାହା ପ୍ରମାଣ କରିଦେଇଛି | ଯାହାର ଚଳନ୍ତ ଉଦାହରଣ ଚଳିତ ପଞ୍ଚାୟତ ନିର୍ବାଚନ ର ଫଳାଫଳ | ବିଜୁ ଜନତା ଦଳ ର ଜଣେ ପୁରୁଖା ନେତା ହୋଇଥିବା ବେଳେ ଆଜି ବି ଗାଁ ଠାରୁ ସହର ପ୍ରଯ୍ୟନ୍ତ ସମସ୍ତ ଙ୍କ ହୃଦୟ ରେ ରହିଛନ୍ତି ମଙ୍ଗଳା କିଷାନ। | ବିଜେଡି ର ଏହି ବାଜିମାତ ନେଇ ମଙ୍ଗଳା କିଷାନ ଙ୍କୁ ପଚାରିବାରୁ ସେ ତାଙ୍କ ମନ୍ତବ୍ୟ ରେ କହିଛନ୍ତି :-ମୁ ସଦାବେଳେ ଲୋକ ମାନଙ୍କ ସେବାରେ | ଏହା ସହ ବିଜେଡି ର ଏହି ବାଜିମାତ ଜନସାଧାରଣ ଙ୍କ ସହଯୋଗ ଓ ଜନସାଧାରଣ ଙ୍କ ବିଶ୍ୱାସ ପାଇଁ ହୋଇଥିବାରୁ ଏହା ଜନସାଧାରଣ ଙ୍କ ବାଜିମାତ ବୋଲି ସେ କହିଛନ୍ତି | ଏହା ସହ ସମସ୍ତ ଭୋଟର ଭାଇ ଭଉଣୀ ଓ ମା,ମାଉସୀ ମାନଙ୍କୁ ସେ ହୃଦୟ ରୁ ଧନ୍ୟବାଦ ଜଣାଇଛନ୍ତି ଓ କହିଛନ୍ତି ଲୋକଙ୍କ ସେବାରେ ସବୁ ବେଳେ ଲିପ୍ତ ରହିବି |