ଚିଲିକା:-୧୭/୦୨:-(ବିନୁ ଦାସ୍):-ଆଗାମୀ କୋଡିଏ ତାରିଖରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକର ସମସ୍ତ ପଞ୍ଚାୟତ ଏବେ ରାଜନୈତିକ ଉଷ୍ମତା ଢେର ବାରି ହୋଇପଡୁଛି।ସେଥିମଧ୍ୟରୁ ଚଣ୍ଡେଶ୍ୱର ପଞ୍ଚାୟତ ଅନ୍ୟତମ। ଆନୁମାନିକ ପାଞ୍ଚ ହଜାର ଭୋଟର ଙ୍କୁ ନେଇ ନିର୍ବାଚନ ପାଇଁ ପ୍ରସ୍ତୁତ ଚଣ୍ଡେଶ୍ୱର ପଞ୍ଚାୟତ।ଆସନ୍ତୁ ଆଜି ଆମେ ଚଣ୍ଡେଶ୍ୱର ପଞ୍ଚାୟତ ର ନିର୍ବାଚନୀ ଉଷ୍ମତା ର ଭିତିରି କଥା ଟିକେ ଆଲୋଚନା କରିବା କେମିତି ଅଛି ମାହୋଲ ?,କାହାକୁ ଅଧିକ ଭୋଟର ସମର୍ଥନ ମିଳିବ?
ବିଶେଷ କରି ଦେଖିବାକୁ ଗଲେ ଏଥର ତ୍ରିମୁଖୀ ଲଢେଇ ।ନିର୍ବାଚନ ରଣାଙ୍ଗନ କୁ ଅବତୀର୍ଣ୍ଣ ହୋଇଛନ୍ତି ତିନି ଯୁବନେତା।ପ୍ରଥମତଃ ଦେଖିବାକୁ ହେଲେ ଚଣ୍ଡେଶ୍ୱର ପଞ୍ଚାୟତ ଏଥର ସରପଞ୍ଚ ପାଇଁ ସାଧାରଣ ବର୍ଗ ମହିଳା ପ୍ରାର୍ଥୀନୀ ଙ୍କର ଭାଗ ପଡିଛି।ସେଥିପାଇଁ ଏଥର ନିର୍ବାଚନ ବୈତରଣୀ ନଦୀରେ ସରପଞ୍ଚ ପଦବୀ ପାଇଁ ତିନୋଟି ପ୍ରାର୍ଥୀନୀ ସରପଞ୍ଚ ପାଇଁ ପ୍ରତିଦ୍ବନ୍ଦିତା କରୁଛନ୍ତି।
(୧) ନର୍ମଦା ସାହୁଙ୍କ। (ମାଛ) ଚିହ୍ନ
(୨) ଲିପାଲିନ ମହାପାତ୍ର ଙ୍କର (ସୂର୍ଯ୍ୟ) ଚିହ୍ନ
(୩) ଜୟଶ୍ରୀ ପାତ୍ର ଙ୍କର (ଖୋଲା ବହି) ଚିହ୍ନକୁ ନିର୍ବାଚନ ସଙ୍କେତ କରି ନିର୍ବାଚନ ରଣାଙ୍ଗନ ରେ ନିଜର ଭୋଟର ମାନଙ୍କୁ ପ୍ରଭାବିତ କରି ଭୋଟ ହାତେଇବା ଲାଗି ସମସ୍ତେ ନିଜର ରଣ କୌଶଳ ପ୍ରୟୋଗ କରୁଛନ୍ତି।କିନ୍ତୁ ତିନୋଟି ପ୍ରାର୍ଥୀନୀ କଡ଼ା ପ୍ରତିଦ୍ବନ୍ଦିତା ହେବାକୁ ଯାଉଛି।
ସୂଚନା ଥାଉକି ଚଣ୍ଡେଶ୍ୱର ପଞ୍ଚାୟତର ପୂର୍ବତନ ସରପଞ୍ଚ ଦୀନବନ୍ଧୁ ସାହୁ ଏବଂ ତାଙ୍କର ଧର୍ମପତ୍ନୀ ନର୍ମଦା ସାହୁ ପୂର୍ବରୁ ଉଭୟ ଦୁଇଥର ନିର୍ବାଚିତ ହୋଇ ସରପଞ୍ଚ ହୋଇଛନ୍ତି।ଭାରତୀୟ ଜନତା ପାର୍ଟି(ବିଜେପି)ଦଳର ଜଣେ ତୁଙ୍ଗ ତଥା ଦକ୍ଷ ନେତୃତ୍ୱରେ ନିଜର ସମର୍ଥକ ଙ୍କୁ ନିଜ ପକ୍ଷକୁ ବାନ୍ଧି ରଖିଛନ୍ତି।କାରଣ ଦୀନବନ୍ଧୁ ସାହୁ ସରପଞ୍ଚ ହେବା ପୂର୍ବରୁ ଦୁଇ ଦୁଇ ଥର ସରପଞ୍ଚ ପ୍ରତିନିଧି ଭାବେ ସଫଳ କାର୍ଯ୍ୟ କରି ବିଗତ ଦିନରେ ସରପଞ୍ଚ ଭାବେ ପ୍ରତିଦ୍ବନ୍ଦିତା କରି ସରପଞ୍ଚ ଆସନ କୁ ଅକ୍ତିଆର କରିବା ସହ ପରବର୍ତ୍ତୀ ପଞ୍ଚାୟତ ନିର୍ବାଚନ ରେ ପୁଣି ନିଜର ଧର୍ମପତ୍ନୀ ନର୍ମଦା ସାହୁ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ।ଜଣେ ଦକ୍ଷ ଏବଂ ନିରପେକ୍ଷ ସରପଞ୍ଚ ଭାବେ ନର୍ମଦା ଙ୍କର ଢେର ସୁନାମ ବି ରହିଛି।ତ ସିଧା ସିଧା ଦେଖିବାକୁ ଗଲେ ଦୀନବନ୍ଧୁ ସାହୁଙ୍କ ପ୍ରତିନିଧିତ୍ୱ ରେ ନିର୍ବାଚନ ରଣାଙ୍ଗନ ରେ ଏଥର ନିଜର ଧର୍ମ ପତ୍ନୀ ନର୍ମଦା ଙ୍କୁ ଦ୍ଵିତୀୟ ଥର ପାଇଁ ପ୍ରସ୍ତୁତ ଦୀନବନ୍ଧୁ ସାହୁ।
ଗତ ନିର୍ବାଚନରେ ଦୀନବନ୍ଧୁ ସାହୁ ନିଜର ନିକଟତମ ପ୍ରତିଦ୍ୱନ୍ଦୀ ସୁଧାକର ମହାପାତ୍ର ବିଜୁ ଜନତା ଦଳ(ବିଜେଡ଼ି) ପକ୍ଷରୁ ପ୍ରତିଦ୍ବନ୍ଦିତା କରୁଥିବା ପ୍ରାର୍ଥୀଙ୍କ ଠାରୁ ପରାସ୍ତ ହୋଇଥିଲେ।ଯାହାଫଳରେ ସୁଧାକର ମହାପାତ୍ର ସରପଞ୍ଚ ଭାବେ ବିଜୟୀ ହୋଇ ବର୍ତ୍ତମାନ ପର୍ଯ୍ୟନ୍ତ ସରପଞ୍ଚ ଭାବେ ଦାୟିତ୍ୱ ନେଇଛନ୍ତି।ସୁଧାକର ସ୍ଥାନୀୟ ଅଞ୍ଚଳରେ ନିଜର ମିଷ୍ଟଭାଷୀ ଏବଂ ମେଳାପୀ ସହ ପଞ୍ଚାୟତ ରେ ଗୁଡିଏ ବିକାଶମୂଳକ କାର୍ଯ୍ୟ କରିଛନ୍ତି।ସେହିଭଳି ଭାବରେ ସୁଧାକର ମହାପାତ୍ର ଙ୍କର ସମର୍ଥିତ ସମିତି ସଭ୍ୟ ପ୍ରାର୍ଥୀ ରୂପେ ଅଁଳାଡିହ ଗ୍ରାମର ଯୁବନେତା ଅଖିଳ ପାତ୍ର ନିଜର ବୋଉ ଲକ୍ଷ୍ମୀ ପାତ୍ର ଙ୍କୁ ସମିତି ସଭ୍ୟ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦିତା କରି ବିଜୟୀ ହୋଇଥିଲେ।କିନ୍ତୁ ଏଥର ସ୍ଥିତି ଚିନ୍ତା ଜନକ କିଏ ପାଇବ ଭୋଟ ଅଧିକ ସେଥିପାଇଁ ଉଷ୍ମତା ଦେଖାଯାଉଛି।
ଗୋଟିଏ ପଟେ ଦୀନବନ୍ଧୁ ସାହୁଙ୍କ ପ୍ରତିନିଧି ରୂପେ ନର୍ମଦା ପ୍ରତିଦ୍ବନ୍ଦିତା କରୁଥିବା ବେଳେ ,ଅନୁରୂପ ଭାବେ ବର୍ତ୍ତମାନ ସରପଞ୍ଚ ସୁଧାକର ମହାପାତ୍ର ଙ୍କର ଧର୍ମପତ୍ନୀ ଲିପାଲିନଙ୍କୁ ନିର୍ବାଚନ ରଣାଙ୍ଗନ ରେ ଅବତୀର୍ଣ୍ଣ କରାଇଛନ୍ତି।ସେହିଭଳି ଭାବରେ ଉଭୟ ପ୍ରାର୍ଥୀ ଙ୍କର ଅସନ୍ତୁଷ୍ଟ ରେ ସ୍ଵାଧୀନ ପ୍ରାର୍ଥୀ ଭାବେ ବର୍ତ୍ତମାନର ସମିତି ସଭ୍ୟ। ଲକ୍ଷ୍ମୀ ପାତ୍ର ଙ୍କର ବୋହୁ ଯଥା ଅଖିଳ ପାତ୍ର ଙ୍କର ଧର୍ମପତ୍ନୀ ଜୟଶ୍ରୀ ପାତ୍ରଙ୍କୁ ନିର୍ବାଚନ ରଣାଙ୍ଗନ ରେ ଅବତୀର୍ଣ୍ଣ ହୋଇଛନ୍ତି।
ସୂଚନା ଥାଉକି ଚଣ୍ଡେଶ୍ୱର ପଞ୍ଚାୟତ ରେ ବର୍ତ୍ତମାନ ତ୍ରିମୁଖୀ ଲଢେ଼ଇ ରେ( ଖୋଲା ବହି) କୁ ସଙ୍କେତ କରିଥିବା ପ୍ରାର୍ଥୀ ଜୟଶ୍ରୀ ଅଁଳାଡିହ,ଫୁଲ ଗୋରଡ଼ା, ଚଢେଇ ଗୁଆଁ ଗ୍ରାମର ଏକ ବଡ଼ ଭୋଟ ପୁଞ୍ଜିକୁ ହାତ କରି ନିର୍ବାଚନ ମଇଦାନରେ ଗୋଟିଏ ମାଇଲଖୁଣ୍ଟ ଭାବେ ପ୍ରତିଦ୍ବନ୍ଦିତା କରୁଥିବା ବେଳେ ତାଙ୍କୁ ପ୍ରତିଦ୍ବନ୍ଦିତା କରିବାକୁ ବିଜେପି ଦଳର ଆଶୀର୍ବାଦ ଏବଂ ସହଯୋଗ ରେ (ମାଛ ଚିହ୍ନ) ନର୍ମଦା ସାହୁଙ୍କ ପଲା ମଧ୍ୟ ଢ଼େର ଭାରି ଜଣା ଯାଉଛି।ଏଥିପାଇଁ ଦୀନବନ୍ଧୁ ସାହୁ ନିଜର ପୂରୁଣା ଅଭିଜ୍ଞତା ବଳରେ ଚଣ୍ଡେଶ୍ୱର ଅଞ୍ଚଳରେ ନିଜର ଭୋଟର ମାନଙ୍କୁ ପ୍ରଭାବିତ କରିବାରେ ଲାଗିଛନ୍ତି।ସେହିଭଳି ଭାବେ ଚଣ୍ଡେଶ୍ୱର ସରପଞ୍ଚ ସୁଧାକର ମହାପାତ୍ର ନିଜର ଭୋଟ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଶାସନ ଏବଂ ପଞ୍ଚାୟତର ବିଭିନ୍ନ ଗ୍ରାମରେ ବିକାଶ ଧାରା କୁ ବଜାୟ ରଖିବାକୁ ବିଜେଡି ସପକ୍ଷରେ ଭୋଟ ଦେବାକୁ ଆପ୍ରାଣ ଉଦ୍ୟମ କରୁଛନ୍ତି ଏବଂ ନିଜର ଧର୍ମ ପତ୍ନୀ ଲିପାଲିନ (ସୂର୍ଯ୍ୟ) ଚିହ୍ନରେ ଜିତେଇବାକୁ ଆପ୍ରାଣ ଉଦ୍ୟମ କରୁଛନ୍ତି।ପ୍ରକାଶ ଥାଉକି ଲିପାଲିନ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଙ୍କର ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦିତା କରୁଥିବା ବେଳେ ଶାସକ ଦଳକୁ ଗଡ଼ ରକ୍ଷା କରିବାକୁ ଆପ୍ରାଣ ଉଦ୍ୟମ କରୁଛନ୍ତି।ଲିପାଲିନ ଙ୍କର ସୂର୍ଯ୍ୟ ଚିହ୍ନକୁ ବିଜୟୀ କରିବାକୁ ଚଣ୍ଡେଶ୍ୱର ପଞ୍ଚାୟତ ର ବିଜୟୀ ଭୋଟ ଚାଣକ୍ୟ କୁହାଯାଉଥିବା ବିଜେଡି ଦଳର ତୁଙ୍ଗ ନେତା ପ୍ରଭାତ ରାଉତରାୟଙ୍କର ଏକ ବଡ଼ ଭୋଟର ସମର୍ଥନ ରହିଛି।ଅନୁରୂପ ଭାବେ ଦେଖିବାକୁ ଗଲେ ୧୬୦୦ ଭୋଟ ଯିଏ ପାଇବ ସେ ହିଁ ବିଜେତା ତ ଏଠାରେ ତିନିଟି ଯାକ ପ୍ରାର୍ଥୀ କେହି କାହାକୁ କମ ରେ ନାହାନ୍ତି କାରଣ ଅଖିଳ ପାତ୍ର ନିଜର ଧର୍ମ ପତ୍ନୀ ଜୟଶ୍ରୀ (ଖୋଲା ବହି) ଚିହ୍ନକୁ ସ୍ଵାଧୀନ ପ୍ରାର୍ଥୀ ଭାବେ ବିଜୟୀ କରିବାକୁ ମଧ୍ୟ ଉଭୟ ପ୍ରାର୍ଥୀ ଙ୍କର ଅସନ୍ତୁଷ୍ଟ ଭୋଟର କୁ ନେଇ ବିଜୟୀ ହେବେ ବୋଲି ଦୃଢୋକ୍ତି କରିବା ସହ ନିଜର ରଣନୀତି ପ୍ରୟୋଗ କରୁଛନ୍ତି।ସେହିଭଳି ଭାବରେ ଉଭୟ ବିଜେପି ଏବଂ ବିଜେଡି କିଏ ଅଧିକ ଭୋଟ ପାଇବ ବୋଲି ଯଦି ଦେଖିବା ତ ବିଜେଡ଼ି ଏଠାରେ ଜିଲ୍ଲା ପରିଷଦ ଶଙ୍ଖ ଭୋଟ ଅଧିକ ନେବାର ଦେଖାଯାଉଛି।କିନ୍ତୁ ସରପଞ୍ଚ ପାଇଁ ତ୍ରିମୁଖୀ ପ୍ରତିଦ୍ବନ୍ଦିତା ଥିବା ବେଳେ ସମିତି ସଭ୍ୟ ପାଇଁ ଦୁଇ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି।ଆଗାମୀ ଖବର ରେ ଅଧିକ ତଥ୍ୟ ସହ ପୁଣି ଆସିବୁ।