ଚାଲିଛି ଭୋଟର ତାଲିକା ସଂଶୋଧନ କିପରି ଯୋଡିପାରିବେ ନିଜ ନାମ

ଭୁବନେଶ୍ୱର: ରାଜ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି ଆଜି ପ୍ରେସମିଟ କରି କହିଛନ୍ତି ଯେ ରାଜ୍ୟରେ ଏବେ ଭୋଟର ତାଲିକା ସଂଶୋଧନ କ୍ୟାମ୍ପେନ ଚାଲୁଛି । ତେଣୁ ଏହି ସମୟରେ ମୁଁ ସମସ୍ତଙ୍କୁ ଅପିଲ କରିବାକୁ ଚାହୁଁଛି ସମସ୍ତେ ନିଜ ନିଜର ନାଁ ଓ ଏପିକି ଆଇଡି ଚେକ କରି ପାରିବେ । ଆମର ଏଥିପାଇଁ ୨୧ ତାରିଖରେ ସ୍ପେଶାଲ ଡ୍ରାଇଭ ମଧ୍ୟ କରାଯିବ ସେଠି ବି କରିପାରିବେ ।

ଜାଣନ୍ତୁ କେଉଁ କାର୍ଯ୍ୟ ପାଇଁ କେଉଁ ଫର୍ମର କରିବେ ବ୍ୟବହାର

ଫର୍ମ ୬ ଜରିଆରେ ଭୋଟର ତାଲିକାରେ ନୂଆ ନାମ ଯୋଡ଼ିବା ପାଇଁ ଆବେଦନ କରିପାରିବେ
ଫର୍ମ ୭ ନାମ କାଟିବା ପାଇଁ ଯୋଡ଼ିପାରିବେ
ଫର୍ମ ୮ ଜରିଆରେ ନାମ ସଂଶୋଧନ କରିପାରିବେ
ଫର୍ମ ୮ (କ) ଜରିଆରେ ସ୍ଥାନାନ୍ତର ହୋଇଥିଲେ ଏହି ଫର୍ମ ଜରିଆରେ ଆବେଦନ କରିପାରିବେ

ବିଏଲଓମାନେ ରହିଛନ୍ତି ସେମାନଙ୍କ ପାଖକୁ ଯାଇ ଏହି ସଂଶୋଧନ କରି ପାରିବେ । ଉଭୟ ଅନଲାଇନ ଓ ଅଫଲାଇନ ମାଧ୍ୟମରେ ନାମ ଯୋଡିବା ସହ ସଂଶୋଧନ କରିପାରିବେ । ଭୋଟର ହେଲ୍ପଲାଇନକୁ ଯାଇ ଏହି ସଂଶୋଧନ କରିପାରିବେ । ଏପିକ ନମ୍ବର ସ୍ପୀଡ଼ ପୋଷ୍ଟରେ ଯିବ ତେଣୁ ସଠିକ ଠିକଣା ଦିଅନ୍ତୁ । ଆମେ କୋଭିଡ କାରଣରୁ ଅନଲାଇନ ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦେଉଛୁ । ବର୍ତ୍ତମାନ ସୁଦ୍ଧା ୪ ଲକ୍ଷ ୨୦ ହଜାର ଫର୍ମ ଆସିଛି ।

ସେ ମଧ୍ୟରୁ ୮୦ ପ୍ରତିଶତ ଆମେ ଅନଲାଇନ ମାଧମରେ ପାଇଛୁ । ଗତବର୍ଷ ଏହା ୮ ପ୍ରତିଶତ ରହିଥିଲା । ବର୍ତ୍ତମାନ ସୁଦ୍ଧା ଏକ ଲକ୍ଷ ଡ଼ବଲ ଆଇଡି ଡ଼ିଲିଟ କରିଛୁ । ଆଗକୁ ଯଦି ସେମିତି ନଜର ଆସିବ ତାକୁ ବି ଡ଼ିଲିଟ କରାଯିବ ।