ଗୁଣପୁର, (ସିଦ୍ଧାର୍ଥ ଦାସଙ୍କ ରିପୋର୍ଟ) ଗୁଣୁପୁର ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଉପଖଣ୍ଡର ମାନ୍ୟତା ପାଇବା ପରଠାରୁ ଏଯାବତ ଏହା ଚକାଚକ ହୋଇଥିବା ଦେଖା ଯାଇନଥିବା ବେଳେ ସ୍ଥାନୀୟ କିଛି ଚାଟୁକାର ଙ୍କୁ ଧରି କେବଳ କାଗଜ କଲମରେ ସବୁକିଛି କରିଆସୁଥିବା ହସ୍ପିଟାଲ କର୍ତ୍ତୃପକ୍ଷ ଏହାର ଚକାଚକ କରିବା ତତ୍ପରତା କୁ ଦେଖି ଏଠାରେ ଭର୍ତ୍ତିଥିବା ରୋଗୀ ଓ ଜନସାଧାରଣ ଏହାକୁ ଗ୍ରହଣ କରିପାରିନଥିଲେ । ପରନ୍ତୁ କିଛି ଘଣ୍ଟା ପରେ ଯେତେବେଳେ ଜଣାଗଲା ଏଠାକୁ ସମୀକ୍ଷା ନିମନ୍ତେ କେନ୍ଦ୍ରୀୟ ଟିମ ଆସୁଥିବାରୁ ଏଭଳି , ଜାଣିବା ପରେ ସାଧାରଣରେ ଆଶ୍ବସ୍ଥି ଆସିଛି । ଏହାକୁ ନେଇ କିଛି ବ୍ୟକ୍ତି କଟାକ୍ଷ କରି କହିଛନ୍ତି, କେନ୍ଦ୍ରୀୟ ଟିମ ଆସିବା ଆଗରୁ ସଜବାଜ , ଟିମ ଗଲା ପରେ ମଉଳି ଯିବ ସଜବାଜ ।
ଗୁଣପୁର ଉପଖଣ୍ଡ ରୁ ବିଜୁ କଲ୍ୟାଣ ସ୍ୱାସ୍ଥ୍ୟ ଯୋଜନା କୁ ଜଣେ ନେତା ମନୋନୀତ ହୋଇଥିଲେ ମଧ୍ୟ ସେ କେବେବି ଏହି ଚିକିତ୍ସାଳୟ ପ୍ରତି ଦୃଷ୍ଟି ଦେଇ ନଥିବା ଅଭିଯୋଗ ହୋଇ ଆସୁଥିବା ବେଳେ କେନ୍ଦ୍ରୀୟ ଟିମ୍ ର ଗସ୍ତ ସାଧାରଣ କୁ ଉତ୍ସାହିତ କରିଛି । କେନ୍ଦ୍ର ମାତୃ ମଙ୍ଗଳ ମନ୍ତ୍ରାଳୟର କେନ୍ଦ୍ରୀୟ ଟିମ ର ଡ଼ଃ ପଦ୍ମିନୀ କାଶ୍ୟପ ଙ୍କ ନେତୃତ୍ୱରେ ଗୁଣପୁର ଠାରେ ପହଞ୍ଚି ସମୀକ୍ଷା କରି ଫେରିଛନ୍ତି । କେନ୍ଦ୍ରୀୟ ଟିମକୁ ଏଠାର ସମସ୍ତ ସମସ୍ୟା ସମ୍ପର୍କରେ ଅବଗତ କରାଯାଇଛି । ଟିମ ଏଠାରୁ ଯିବାପରେ ରାଜ୍ୟ ସରକାର ଙ୍କ ସହ ଆଲୋଚନା କରି ସମସ୍ୟା ର ସମାଧାନ କରିବେ ବୋଲି ପ୍ରତିଶୃତି ମଧ୍ୟ ଦେଇଛନ୍ତି । ଦେଖିବାକୁ ରହିଲା ଏଠାର ଜନତା କେଉଁ ସ୍ୱାଦର ଦିଲ୍ଲୀ କା ଲଡୁ ପାଉଛନ୍ତି ।