ସେଦିନ ଗଲା ସେ ଶାସକ ନାହାଁନ୍ତି , ଗୁଣପୁର ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଉମା ଦାସ ଭିଡ଼କୁ ନୁହଁନ୍ତି …!

ଗୁଣୁପୁର, (ସିଦ୍ଧାର୍ଥ ଦାସଙ୍କ ରିପୋର୍ଟ) ପାଳିତ ସ୍ଵୟଂ ଶାସିତ ଦିବସ କୁ ନେଇ ପୋୖର ବାସୀ ଗର୍ବ ଅନୁଭବ କଲେବି ପରିଷଦରେ ଦେଖା ଦେଉଥିବା ଚଳନ୍ତି ବ୍ୟବସ୍ଥାକୁ ନେଇ କେହି ଛାତିରେ ହାତରଖି କହିବେନି ଆମ ଗୁଣପୁର ସ୍ୱଚ୍ଛ – ସବୁଜ – ସୁନ୍ଦର । ସହର ମଧ୍ୟରେ ପରିମଳ ବ୍ୟବସ୍ଥାକୁ ନେଇ ପ୍ରକାଶିତ ହୋଇଥିବା ଖବର ଏବଂ ବର୍ତ୍ତମାନର ବ୍ୟବସ୍ଥା କୁ ଦେଖି କେହିବି ଏକଥା କହିବେ ନାହିଁ । ଏଥି ପୂର୍ବରୁ ପାଳିତ ଦିବସରେ ପରିଷଦ ଗଣ ବାହୁପିଟି କହୁ ଥିଲେ ଦେଖ ଆମ ସମ୍ମାନ ପତ୍ର ସଭିଙ୍କଠୁଁ ଆମେକେତେ ଆଗରେ । ସେଦିନ ଗଲା,ସେ ଶାସକ ନାହାଁନ୍ତି । ଏବେ ସବୁ ପ୍ରଶାସକ ଙ୍କ ହାତରେ । ସେତେବେଳର ଆଉ ଏବର ବ୍ୟବସ୍ଥା ମଧ୍ୟରେ ଅନେକ ଫରକ । ଏହାକୁ ନେଇ ଆମର କିଛି ଉପସ୍ଥାପନା । ଜନତା ମନୋନୀତ ଶାସକ ଯିବା ପରେ ପ୍ରଶାସକ ଙ୍କ ହାତକୁ ଗଲା ଶାସନ ଭାର । ସଭିଙ୍କ ମନରେ ଆଶା ସଂଚାର ହେଲା କିଛିଟା ପରିବର୍ତ୍ତନ ନିଶ୍ଚୟ । ଉନ୍ନତି ମୂଳକ କାର୍ଯ୍ୟ ରେ ଅଧ୍ୟକ୍ଷ ଙ୍କ ହାତ ସଫେଇ ନେଇ ଅନେକ ବିରୋଧୀ ସ୍ଵର ଉଠୁଥିଲା । ତଥାପି ସୁଧାର ଥିଲା ପରିମଳ ବ୍ୟବସ୍ଥାରେ ।

ଖାତିର ଥିଲା ପୋୖରବାସୀ ଓ ପରିଷଦ ପ୍ରତି । ଗୁହାରୀ ଶୁଣିବା ପାଇଁ ସ୍ଥାନୀୟ ସର୍ବୋଚ୍ଚ ଅଧିକାରୀ ଥିଲେ । ଏବେ ସେହି ବିରୋଧୀ ସ୍ଵର ନାହିଁକି ଗୁହାରୀ ଶୁଣିବା ପାଇଁ କେହି ନାହିଁ । ଉନ୍ନତି ନାମରେ କେବଳ ପି.ସି. ହାତେଇବା ନିମନ୍ତେ ନୂତନ ରାସ୍ତାର ନିର୍ମାଣ ବୋଲି ସ୍ୱର ଉଠୁଥିଲା । ଏବେ କିନ୍ତୁ ଏହି ସ୍ୱର ଶୁଭୁନି । ସାହି ବସ୍ତି ପାଇଁ ରାସ୍ତା ନିର୍ମାଣ ର ବ୍ୟବସ୍ତା ଥିବାବେଳେ ବର୍ତ୍ତମାନ ଗୋଟିଏ ଘର ନିମନ୍ତେ ରାସ୍ତାଟିଏ ନିର୍ମାଣ ପାଇଁ ବ୍ୟବସ୍ଥା । ଅନେକ ସ୍ଥାନରେ ଶୌଚାଳୟ ନିର୍ମାଣ ହୋଇଛି ବର୍ତ୍ତମାନ ର ପରିଚାଳନା ଅଭାବ ରୁ ଏହାର ପରିସର ନର୍ଦ୍ଦମା ପାଲଟିଛି । ମଶା ଧୂପ ମାରିବା ଯନ୍ତ୍ର , ବ୍ଲିଚିଙ୍ଗ ଓ ଫିନାଇଲ କିଣା ସରି ରକ୍ଷଣା ବେକ୍ଷଣ ର ବ୍ୟବସ୍ଥା କରାଯାଇଛି କିନ୍ତୁ ଏସବୁ ଜନ ସେବାରେ ଲାଗିପାରିନି । ବହୁ ଅର୍ଥ ଖର୍ଚ୍ଚ ବ୍ୟୟ ରେ ନିର୍ମାଣ ହୋଇଛି ବିଜୁ କଲ୍ୟାଣ ମଣ୍ଡପ ଓ ଟାଉନ ହଲ ଏବେ ଏହା ଭଙ୍ଗା ଦଦରା ଅବସ୍ଥାରେ । ସହର ବାସୀ ଙ୍କ ବ୍ୟବହାର ପାଇଁ ପାଇପ ମଧ୍ୟମରେ ଜଳ ଯୋଗାଣ ର ବ୍ୟବସ୍ଥା କରାଯାଇଛି । ଏଠି ପାଇଁ ରାସ୍ତା ଉପରେ କରାଯାଇଥିବା ଗାତ ରେ କୁତ୍ରିମ ନର୍ଦ୍ଦମା ସୃଷ୍ଟି ହୋଇଛି । ସହର ବାସୀଙ୍କୁ ପିଇବା ପାଇଁ ଯୋଗାଉ ଥିବା ସ୍ଵଚ୍ଛ ପାଣି ବାହାର କରାଯାଉଥିବା ସ୍ଥାନ ଟି ସହରରୁ ନିଷ୍କାସିତ ଆବର୍ଜନା ପାଣିରେ ଭରି ରହିଛି ।

ସୁଦ୍ଧ ଜଳ ଯୋଗାଣ ନାମରେ ଦୂଷିତ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଛି । ବେକାରୀ ଙ୍କ ପାଇଁ ନୂତନ ବସଷ୍ଟାଣ୍ଡ ଠାରେ ଦୋକାନ ଗୃହ ନିର୍ମାଣ କରି ଲିଜ ର ବ୍ୟବସ୍ଥା କୁ କହୋଳ କରି ସବ ଲିଜ ର ବ୍ୟବସ୍ଥା କରାଯାଇପାରିଛି । ପରିଷଦର ର ଇଚ୍ଛା ମୁତାବକ ନିର୍ମିତ ହୋଇଥିବା ଦୋକାନ ଗୃହକୁ ଭାଙ୍ଗି ବ୍ୟବହାରି କରି ବ୍ୟବସାୟୀଙ୍କ ସୁବିଧା ମୁତାବକ ଗୃହ ନିର୍ମାଣ ର ବ୍ୟବସ୍ଥା କରାଯାଇପାରିଛି । ଆଲୋକି କରଣ ବ୍ୟବସ୍ଥା ପାଇଁ ଖୁଣ୍ଟ ପୋତାଯାଇପାରିଛି । ହେଲେ ବିଦ୍ୟୁତ ସଂଯୋଗ ହୋଇ ପାରିନାହିଁ । ଅନ୍ୟ କେଉଁ ସହରରେ ସ୍ୱଚ୍ଛତା ନାମରେ ଆଦାୟ ହେଉନଥିବାବେଳେ ମାସକୁ ୩୦ ଟଙ୍କା ସ୍ୱଚ୍ଛତା ନାମରେ ଆଦାୟ ହୋଇପାରୁଛି । ପରିଷଦ ର ପାଣ୍ଠି ବଢାଇବା ପାଇଁ ଦୁର୍ଘଟଣା କୁ ସ୍ଵାଗତ ଜଣାଇ ରାସ୍ତା କଡରେ ଉଠା ଦୋକାନ ର ବ୍ୟବସ୍ଥା କରାଯାଇପାରିଛି । ପ୍ରଣୟନ ହୋଇଥିବା ସୂଚନା ଅଧିକାର ଆଇନ କୁ ଖିଲାପ କରାଯାଇପାରୁଛି । ସରକାର ଙ୍କ ଦ୍ଵାରା ନିଯୁକ୍ତ ସଫେଇ କର୍ମଚାରୀ ଙ୍କୁ ଛଟେଇ କରି ଏଜେନ୍ସି ମାଧ୍ୟମରେ ସଫେଇ ର ବ୍ୟବସ୍ଥା କରାଯାଇପାରିଛି । ପୌରପରିଷଦ ରେ ଏସବୁ ବିକାଶର ଧାରା ପ୍ରବାହିତ ହୋଇ ନବ ନିର୍ମାଣ ର ଯୁଗ ଆସିଛି । ବୋଧେ ହୁଏ ଏସବୁକୁ ନେଇ ପୌର ବାସୀ ଗର୍ବି ରେ କରିପାରୁଛି ଆମ ଗୁଣପୁର ସ୍ୱଚ୍ଛ – ସବୁଜ – ସୁନ୍ଦର । ଏହି ସମସ୍ତ ବିଷୟ ନେଇ ଯେଉଁ ସାମ୍ବାଦିକ ଖବର ପ୍ରକାଶ କରିବ ତାଙ୍କୁ ଶୁଣିବାକୁ ପଡୁଛି ନିନ୍ଦା ଓ ଅପବାଦ କିନ୍ତୁ ସବୁ ଜାଣି ଶୁଣି ଚୁପ୍ ରହିଥିବା ଲୋକ ଙ୍କୁ ସମ୍ବର୍ଦ୍ଧିତ କରୁଛନ୍ତି ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଉମା ଦାସ ।