ରାଜଗାଙ୍ଗପୁର :(ମନୋଜ ଭୋଳଙ୍କ ରିପୋର୍ଟ)-ସୁନ୍ଦର ଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହର ରେ ଏ ବର୍ଷ ମଧ୍ୟ ଫିକା ପଡିଛି ଜନ୍ମାଷ୍ଟମୀ ପର୍ବ ଗତ କିଛି ଦିନ ହେବ କରୋନା ର ଦ୍ୱିତୀୟ ଲହରି ର ପ୍ରଭାବ ହ୍ରାସ ପାଇଥିବା ବେଳେ ଏ ବର୍ଷ ମଧ୍ୟ ପର୍ବ ପର୍ବାଣି କରୋନା ମହାମାରୀ ପାଈଁ ଫିକା ପଡିଛି ଜନ୍ମାଷ୍ଟମୀ ପର୍ବ ରାଜଗାଙ୍ଗପୁର ସହର ଧୁମ ଧାମ ରେ ପାଳନ କରାଯାଇଥାଏ । ଏହି ପର୍ବ ରେ ରାଜଗାଙ୍ଗପୁର ସହର ମନ୍ଦିର ମାନଙ୍କ ରେ ଭକ୍ତ ଙ୍କ ଭିଡ଼ ସହ ଶ୍ରାଦ୍ଧାଳୁ ରେ ମନ୍ଦିର ପରିପୂର୍ଣ ହେବା ସହ ମନ୍ଦିର ଗୁଡିକ ର ସାଜ ସଜ୍ଜା ଦୃଷ୍ଟି ଆକର୍ଷଣ ର କେନ୍ଦ୍ର ବିନ୍ଦୁ ପାଲଟି ଥାଏ ।ହେଲେ ଗତ ବର୍ଷ ଓ ଏ ବର୍ଷ ସବୁ ଫିକା ପଡିଥିବା ଦେଖିବାକୁ ମିଳିଛି ।
ସହର ରେ ଲିପଲୋଇ ଜଗନ୍ନାଥ ମନ୍ଦିର, ରାଧା କୃଷ୍ଣ ମନ୍ଦିର ଓ କେତେକ ସ୍ଥାନରେ ପୂଜାର୍ଚନା ହେଉଥିବା ବେଳେ ଅନ୍ୟ ସ୍ଥାନ ମାନଙ୍କ ରେ ପୂଜାର୍ଚନା ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା । ଏମିତି କି ରାଜଗାଙ୍ଗପୁର ସହର ସ୍ଥିତ ଡାଲମିଆ ମନ୍ଦିର ଯେଉଁଠି ଏହି ଜନ୍ମାଷ୍ଟମୀ ପର୍ବ ଅତି ଆଡ଼ମ୍ବର ସହ ପାଳିତ ହୁଏ ସେଠାରେ ସମ୍ପୂର୍ଣ ମନ୍ଦିର ବନ୍ଦ ରହିଥିଲା । ଲୋକ ମାନେ ନିଜ ନିଜ ଘରେ ଏହି ପର୍ବ ପାଳନ କରିଥିବା ବେଳେ ସହର ରେ ଏହି ଜନ୍ମାଷ୍ଟମୀ ପର୍ବ କରୋନା ମହା ମାରି ପାଈଁ ଫିକା ପଡ଼ିଥିବା ନଜର କୁ ଆସିଛି ।