ରାଜଗାଙ୍ଗପୁର, (ମନୋଜ କୁମାର ଭୋଳଙ୍କ ରିପୋର୍ଟ) ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହର ରେ ଅଙ୍ଗନୱାଡି ମମତା ଗୃହ ପାଚେରୀ ନିର୍ମାଣ କାର୍ଯ୍ୟ ନିମ୍ନ ମାନର ହେଉଥିବା ବେଳେ ସବୁ ଜାଣି ନିରବ ରହୁଛି ବ୍ଲକ ପ୍ରଶାସନ । ପ୍ରାପ୍ତ ସୂଚନା ଅନୁଯାଇ ରାଜଗାଙ୍ଗପୁର ପୌର ପାଳିକା ଅନ୍ତର୍ଗତ ୱାର୍ଡ ନମ୍ୱର ୬ରେ ବ୍ଲକ କାର୍ଯ୍ୟଳୟ ତରଫରୁ ଅଙ୍ଗନୱାଡି ମମତା ଗୃହ ଓ ଏହାର ପାଚେରୀ ନିର୍ମାଣ କାର୍ଯ୍ୟ । ହେଲେ ଏହି କାର୍ଯ୍ୟ ଅତି ନିମ୍ନ ମାନର ହୋଇଥିବା ଦେଖିବାକୁ ମିଳିଛି ।
ଏହି କାର୍ଯ୍ୟ ନିମ୍ନ ମାନର ହୋଇଥିଲେ ମଧ୍ୟ ସମସ୍ତେ ନିରବ ଦ୍ରଷ୍ଟା ସାଜିଛି ବ୍ଲକ ପ୍ରଶାସନ । ସୂଚନା ଅନୁଯାଇ ଏହି କାର୍ଯ୍ୟ ବ୍ଲକ ବିଡ଼ିଓ ଙ୍କ ଦ୍ୱାରା ସ୍ଥାନୀୟ ଜଣେ ବଡ଼ ଠିକାଦାର ଙ୍କୁ ଦିଆଯାଇଥିବା ବେଳେ ସେ ଏହି କାର୍ଯ୍ୟ କୁ ଅନ୍ୟ ଏକ ଠିକାଦାର ଙ୍କୁ ଦେଇଥିବା ବେଳେ ଏଠାରେ ଚାଲିଛି ନିମ୍ନ ମାନର କାର୍ଯ୍ୟ । ହେଲେ ଏ ଦିଗରେ ବ୍ଲକ ପ୍ରଶାସନ ନୀରବ ରହିଛି । ଖୋଦ ବିଡ଼ିଓ ଏହି କାର୍ଯ୍ୟ ଠିକାଦାର ଙ୍କୁ ଦେଇଥିବା ବେଳେ ଏଠାରେ ହେଉଥିବା ନିମ୍ନ ମାନର କାର୍ଯ୍ୟ କୁ ଦେଖିଲେ ଦୁର୍ନୀତି ର ଗନ୍ଧ ସ୍ପଷ୍ଟ ବାରି ହେଉଛି