ଅଲ୍ ଓଡିଶା ବୈଷୟକ ଛାତ୍ର ସଂଗଠନ ରାଜ୍ୟର ବୈଷୟିକ ଶିକ୍ଷାନୁଷ୍ଠାନ ମାନଙ୍କରେ ଅଧ୍ୟୟନରତ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ପ୍ରମୁଖ ସଂଗଠନ। ଆଜି ବ୍ରହ୍ମପୁର ସ୍ଥିତ ମୋତି ହୋଟେଲ୍ ଠାରେ ରାଜ୍ୟ ବିଜୁ ଜନତା ଦଳର ସମ୍ପାଦକ ତଥା AOTSO ର ଆବାହକ ଶ୍ରୀଯୁକ୍ତ ରଶ୍ମୀ ରଞ୍ଜନ ଦାସ ଙ୍କ ନେତୃତ୍ୱରେ ଅଲ୍ ଓଡିଶା ବୈଷୟକ ଛାତ୍ର ସଂଗଠନର ଦକ୍ଷିଣ ପ୍ରାନ୍ତ କର୍ମକର୍ତ୍ତା ଚୟନ କରାଗଲା।
ଆଜିର କର୍ଯ୍ୟକର୍ମ ରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ର ବିଧାୟକ ଶ୍ରୀଯୁକ୍ତ ବିକ୍ରମ ପଣ୍ଡା, ମୂଖ୍ୟ ବକ୍ତା ଭାବେ ଓଡ଼ିଶା ଉଠା ଜଳସେଚନ ଅଧ୍ୟକ୍ଷ ତଥା ରାଜ୍ୟ ବିଜୁ ଜନତା ଦଳର ସାଧାରଣ ସମ୍ପାଦକ (ଯୁବ ବେପ୍ୟାର) ତଥା ଅଲ୍ ଓଡିଶା ବୈଷୟକ ଛାତ୍ର ସଂଗଠନ ର ପ୍ରତିଷ୍ଠାତା ଶ୍ରୀଯୁକ୍ତ ଅମରେଶ ପତ୍ରୀ, ରାଜ୍ୟ ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ମଳୟ ରଞ୍ଜନ ପତି, କଟକ ଜୋନ ସଭାପତି ଶ୍ରୀଯୁକ୍ତ ଶୁଭ୍ରାଂଶୁ ମିଶ୍ର, AOTSO ଉପଦେଷ୍ଟା ରାକେଶ ବେଉରା, ରାଜ୍ୟ ବିଜୁ ଯୁବ ଜନତା ଦଳର ସମ୍ପାଦକ ଶ୍ରୀ ଦୀପକ୍ କୁମାର ସାହୁ, ଗଞ୍ଜାମ ଜିଲ୍ଲା ଯୁବ ବିଜେଡ଼ି ସଭାପତି ଭାବନିକାନ୍ତ ସାହୁ, ଛାତ୍ର ସଭାପତି ଶ୍ରୀ ପ୍ରଶାନ୍ତ କୁମାର ପଣ୍ଡା, bput ର ପୂର୍ବତନ ଛାତ୍ର ସଭାପତି ଶ୍ରୀ ରାଜେଶ୍ କୁମାର ନାୟକ, ପୂର୍ବତନ ଉପସଭାପତି ରାଜୀବ ଲୋଚନ ମହାନ୍ତି, AOTSO ର ପରିଚାଳନା କମିଟି ମେମ୍ବର ଶ୍ରୀ ଆଲୋକ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଶ୍ରୀ ପତ୍ରୀ AOTSO ର ଆଗାମୀ କାର୍ଯ୍ୟପନ୍ଥା ଓ ବୈଷୟିକ ଛାତ୍ର ଛାତ୍ରୀ ମାନଙ୍କର ସମସ୍ୟା ଓ ଏହାର ସମାଧାନ କିପରି ହେବା ତତ୍ ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ର ବୈଷୟିକ ଶିକ୍ଷାନୁଷ୍ଠାନ ପ୍ରତି ଥିବା ଅବଦାନ ବିଷୟରେ ଆଲୋକପାତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଦକ୍ଷିଣ ପ୍ରାନ୍ତ ର ନୂତନ କର୍ମକର୍ତ୍ତା ମନୋନୟନ କରାଯାଇଥିଲା। ସଭାପତି ଭାବେ ଶଶଧର ଗଉଡ, ଉପସଭାପତି ଭାବେ ସିଦ୍ଧାର୍ଥ ପାତ୍ର, ସମ୍ପାଦକ ଭାବେ ମୋନିଶ ନାୟକ,ବିଜୟ କୁମାର ଏବଂ ରଜତ ପାଣିଗ୍ରାହୀ, B.tech ଇନଚାର୍ଜ ଅଭିଷେକ ପାତ୍ର, pharmacy ଇନଚାର୍ଜ ଅରୁଣ କୁମାର ବେହେରା,ଡିପ୍ଲୋମା ଇନଚାର୍ଜ ଚନ୍ଦରଶେଖର ପାତ୍ର, ସୋସିଆଲ ୱାର୍କ ଇନଚାର୍ଜ ଜ୍ୟୋତିର୍ମୟ ପଟ୍ଟନାୟକ, ଆଇଟି କୋଡିନେଟର୍ ପ୍ରତୁଷ ପାଣିଗ୍ରାହୀ, ସୋସିଆଲ ମିଡ଼ିଆ ଇନଚାର୍ଜ ମୃତ୍ୟୁଞ୍ଜୟ ଗୌଡ଼ ପ୍ରଭୂତି ମନୋନୀତ ହୋଇଛନ୍ତି। ଏହି କାର୍ଯ୍ୟକ୍ରମରେ ସଭାପରିଚଳନା କରିଥିଲେ ଶ୍ରୀ ପ୍ରକାଶ ଚନ୍ଦ୍ର ଦଳାଇ ଏବଂ ଆଶିଷ ଜେନା, ଅରୁଣ ଜଗଦେବ ପ୍ରମୁଖ ସହଯୋଗ କରିଥିଲେ।