ଅଲମ୍ପିକରେ ଭାରତୀୟ ମହିଳା ହକି ଦଳ ସଦସ୍ୟା ନମିତା ଟପ୍ପୋ ଙ୍କୁ ବିଭିନ୍ନ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧନା

ରାଜଗାଙ୍ଗପୁର : (ମନୋଜ ଭୋଳଙ୍କ ରିପୋର୍ଟ) ସୁନ୍ଦର ଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହର ପାଇଁ ଗୌରବ ଆଣିଛନ୍ତି ଭାରତୀୟ ମହିଳା ହକି ଦଳ ସଦସ୍ୟା ରାଜଗାଙ୍ଗପୁର ସ୍ଥିତ ଯୌରୁମାଲ ଗ୍ରାମର ସୁଶ୍ରୀ ନମିତା ଟପ୍ପୋ । ସୁନ୍ଦର ଗଡ଼ ଜିଲ୍ଲା କୁ ହକି ର ଗଡ଼ କୁହାଯାଉଥିବା ବେଳେ ସୁନ୍ଦର ଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହର ପାଇଁ ଏହା ଏକ ଗୌରବ ର ବିଷୟ । ଟୋକିଓ ଅଲମ୍ପିକ ରେ ଭାରତୀୟ ମହିଳା ହକି ଦଳ ର ଚମତ୍କାର ପ୍ରଦର୍ଶନ ସହ ଭାରତୀୟ ମହିଳା ଦଳ ବିଜୟୀ ହୋଇ ସ୍ଵର୍ଣ ପଦକ ହାସଲ କରିଥିବା ବେଳେ ଏହି ମହିଳା ହକି ଦଳରେ ରାଜଗାଙ୍ଗପୁର ସହର ଯୌରୁମାଲ ଗ୍ରାମର ନମିତା ଟପ୍ପୋ ମଧ୍ୟ ଅଂଶ ଗ୍ରହଣ କରିଥିଲେ ।

ଶନିବାର ଦିନ ତାଙ୍କର ରାଜଗାଙ୍ଗପୁର ଫେରିବା ଅବସରରେ ରାଜଗାଙ୍ଗପୁର ଜନସାଧାରଣ ଓ ତାଙ୍କ ଗ୍ରାମର ଲୋକଙ୍କ ମଧ୍ୟରେ ଖୁସିର ଲହରି ଖେଳିଥିଲା । ରାଜଗାଙ୍ଗପୁର ସହରର ବିଭିନ୍ନ ରାଜନେତିକ ଦଳ, ସ୍ବେଛାସେବୀ ସଂଘଠନ ଦ୍ୱାରା ତାଙ୍କୁ ସହରର ବାଇପାସ ଠାରେ ପୁଷ୍ପ ମାଲ୍ୟା ଦେବା ସହ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇ ପାଛୋଟି ନିଆଯାଇଥିଲା । ରାଜଗାଙ୍ଗପୁର ସହର ବାଣ୍ଠୁ ପଡା ଛକ ଠାରେ କଂଗ୍ରେସ ତରଫରୁ ବିଭିନ୍ନ ସାଂସ୍କୃତିକ ବାଦ୍ୟ,ପୁଷ୍ପ ସହ ତାଙ୍କୁ ସ୍ୱାଗତ ଜଣାଯାଇଥିଲା ।

ରାଜଗାଙ୍ଗପୁର ବିଧାୟକ ଡାକ୍ତର ସିଏସ ରାଜନ ଏକ୍କା ସୁଶ୍ରୀ ନମିତା ଟପ୍ପୋ ଙ୍କୁ ଅଭିନନ୍ଦନ ଜଣାଇବା ସହ ପୁଷ୍ପ ଗୁଛ ଦେଇ ରାଜଗାଙ୍ଗପୁର ସହର ର ଗୌରବ ବଢାଇବା ପାଇଁ ଅଭିନନ୍ଦନ ଜଣାଇଥିଲେ । ଏହି ଅବସରରେ ତାଙ୍କ ସହ ରାଜଗାଙ୍ଗପୁର ସହର ବିଭିନ୍ନ ସଙ୍ଘଠନ ତରଫରୁ ତାଙ୍କୁ ଫୁଲ ତୋଡ଼ା ଦିଆ ଯାଇ ସମ୍ବର୍ଦ୍ଧନା କରାଯାଇଥିଲା । ସୁଶ୍ରୀ ନମିତା ଟପ୍ପୋ ଙ୍କ ଗ୍ରାମ ଯୌରୁ ମାଲରେ ଏକ ପ୍ରକାର ଉତ୍ସବ ମୁଖର ହୋଇପଡିଥିବା ଦେଖିବାକୁ ମିଳିଥିଲା ।