୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ହୋଣ୍ଡା ସିଟି କାର୍ ସହ ମା-ପୁଅ ଗିରଫ

ଚାନ୍ଦପୁର:-୧୧/୦୮(ବିନୁ ଦାସ୍):- ନୟାଗଡ଼ ଜିଲ୍ଲା ଚାନ୍ଦପୁର ପୋଲିସ ପକ୍ଷରୁ ରେଡ୍ , ଜବତ ହେଲା ୧ କ୍ୟୁଣ୍ଟାଲ ଗଂଜେଇ ସହ ନଗଦ ୯୫ ହଜାର ଟଙ୍କା । ଏକ ହୋଣ୍ଡା ସିଟି ଗାଡ଼ିରେ ଗଞ୍ଜେଇ ବିକ୍ରି ପାଇଁ ଯାଉଥିବା ବେଳେ ଗୋପାଳପୁର ନିକଟ ରାଇପଡା ଜଂଗଲ ନିକଟସ୍ଥ ରାସ୍ତାରେ ମାଡିବସିଲା ଚାନ୍ଦପୁର ପୋଲିସ । ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅଧିନସ୍ଥ ରାଇପଡା ଜଂଗଲ ମଧ୍ୟରୁ ପୋଲିସ ଏହି ଧରପଗଡ କରିଥିବା ଚାନ୍ଦପୁର ଥାନାଧିକାରୀ ରଶ୍ମି ରଞ୍ଜନ ଦାସ୍ ସୂଚନା ଦେଇଛନ୍ତି । ଏହି ଘଟଣାରେ ମା’-ପୁଅ ଙ୍କୁ ଗିରଫ କରିଛି ଚାନ୍ଦପୁର ପୋଲିସ ।ଗିରଫ ଅଭିଯୁକ୍ତ ମାନେ ହେଲେ ଚାନ୍ଦପୁର ଥାନା ରାଇପଡା ଗ୍ରାମର ଅର୍ଜୁନ ଜେନା ଏବଂ ତା’ଙ୍କ ମା।ଦୀର୍ଘ ଛ ମାସ ଧରି ପୋଲିସ ଜାଲ ବିଛାଇ ଥିଲା।

ଯାହାଫଳରେ ସବ୍ ଇନିସ୍ପେକ୍ଟର ଅଞ୍ଜଳି ସା,ଏଏସାଇ ରମେଶ ବେହେରା ଏବଂ ଥାନାଧିକାରୀ ଶ୍ରୀଯୁକ୍ତ ଦାସ୍ ମିଳିତ ଚଢ଼ାଉରେ ଗଞ୍ଜାଇ ଚୋରାଚାଲାଣ ର ମୁଖ୍ୟ କିଙ୍ଗପିନ୍ କୁ ଗିରଫ କରି ୧୧୪/୨୧ରେ ମାମଲା ରୁଜୁକରି କୋର୍ଟ ଚାଲାଣ କରିଛି ପୋଲିସ।ଜବତ ଗଞ୍ଜାଇ ର ଆନୁମାନିକ ମୂଲ୍ୟ କୋଡ଼ିଏ ଲକ୍ଷ ରୁ ଅଧିକ ହେବ ବୋଲି ଚାନ୍ଦପୁର ଥାନାଧିକାରୀ ପ୍ରକାଶ କରିଛନ୍ତି।ଚାନ୍ଦପୁର ଥାନାଧିକାରୀ ଶ୍ରୀଯୁକ୍ତ ଦାସ୍ କହିଛନ୍ତି କି ଏହି ଗ୍ୟାଙ୍ଗ ଦୀର୍ଘ ପାଞ୍ଚ ବର୍ଷ ଧରି ଗଞ୍ଜାଇ ଚୋରାଚାଲାଣ ସହ ଗ୍ୟାଙ୍ଗ ର ମୁଖ୍ୟ କିଙ୍ଗପିନ୍ ଥିଲା।

ସେହିଭଳି ବିଗତ ସପ୍ତାହରେ ଚାରିଶହ ଲିଟର ବିଦେଶୀ ମଦ ସହ ଦୁଇଟି ମାରୁତି କାର୍ ମଧ୍ୟ ଜବତ କରିବାରେ ସଫଳ ହୋଇଥିଲେ ଚାନ୍ଦପୁର ପୋଲିସ ଯାହା ଫଳରେ ଥାନାଧିକାରୀ ଶ୍ରୀଯୁକ୍ତ ଦାସ୍ ଙ୍କର କଡା ଆଭିମୁଖ୍ୟ ଯୋଗୁଁ ନିଶା ବେପାରୀ ଏବଂ ଦୁର୍ନୀତି ଖୋର ମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି।ଚଢ଼ାଉ ଆଗକୁ ଜାରି ରହିବ ବୋଲି ଆମ ପ୍ରତିନିଧି ଙ୍କୁ ଜଣାଇଛନ୍ତି।ଦୁର୍ନୀତି ଖୋର ହେଉ କିମ୍ବା ନିଶା ମାଫିଆ ଏଭଳି କି ଅଞ୍ଚଳରେ ଅରାଜକତା ସୃଷ୍ଟି କରୁଥିବା ଦୋଷୀ ଙ୍କୁ ଚାନ୍ଦପୁର ଥାନାଧିକାରୀ ରଶ୍ମୀ ରଞ୍ଜନ ଦାସ୍ ଦୃଷ୍ଟାନ୍ତ ମୂଳକ କଡ଼ା ପଦକ୍ଷେପ ନେଇ ଚାନ୍ଦପୁର ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା କରିଥିବାରୁ ଅଞ୍ଚଳବାସୀ ଙ୍କର ପ୍ରିୟଭାଜନ ହୋଇପାରିଛନ୍ତି।