ଢେଙ୍କାନାଳ,୦୯.୦୮: ଓଡିଆ ଭାଷାକୁ ଓଡିଶାର କାର୍ଯ୍ଯଭାଷା କରିବା ପାଇଁ୧୯୫୪ ମସିହାରୁ ସରକାରୀ ଭାଷା ଆଇନରେ ଉପଯୁକ୍ତ ସଂଶୋଧନ ଦାବୀରେ ୧୩,୦୪,୨୦୧୬ ତାରିଖରୁ ଶାନ୍ତିପୂର୍ଣ୍ଣ ଶୈଳୀରେ ନୀରବ କଳାପତାକା ପଦଯାତ୍ରା ଅଭିଯାନ କ୍ରାନ୍ତୀଦିବସରୁ ଆଜି ଢେଙ୍କାନାଳ ଗୋପବନ୍ଧୁ ଟାଉନ ହଲ ଠାରୁ ଆରମ୍ଭ ହୋଇ ବାଜିଚୌକ ପର୍ଯ୍ଯନ୍ତ ସଂନ୍ଧ୍ଯା ୫ଘଟିକାରେ ହୋଇଥିଲା । ଢେଙ୍କାନାଳ ଭାଷା ଆନ୍ଦୋଳନର ଆବାହକ ପ୍ରିୟବ୍ରତ ଗଡନାୟକଙ୍କ ନେତୃତ୍ବରେ ରାଜ୍ଯର ଭାଷା ଆନ୍ଦୋଳନର ପୁରୋଧା ଶ୍ରୀ ସୁବାସ ଚନ୍ଦ୍ର ପଟ୍ଟନାୟକଙ୍କ ବିଚାରଧାରାରେ ଉଦ୍ ବୋଧ ହୋଇ ଢେଙ୍କାନାଳ ସହରରେ ଭାଷା ଆନ୍ଦୋଳନର ପଦଯାତ୍ରା ଅୟମାରମ୍ଭ ହୋଇଥିଲା । ସମସ୍ତ ଭାଷାପ୍ରେମୀ କଳାପତାକା ଓ ପ୍ଲାକାର୍ଡ ଧରି ଶାନ୍ତିପୂର୍ଣ୍ଣ ଭାବେ ସହର ପରିକ୍ରମା କରିଥିଲେ । ଉକ୍ତ ଶୋଭାଯାତ୍ରାରେ ବରିଷ୍ଟ ଆଇନଜିବୀ, ଭାଷାପ୍ରେମୀ ଶ୍ରୀ ଦିପ୍ତିଶ ପ୍ରସାଦ ପଟ୍ଟନାୟକ, ବାର ଆସୋସିଏସନର ସମ୍ପାଦକ ଟଙ୍କଧର ବେହେରା,ଢେଙ୍କାନାଳର ଥିଙ୍କର୍ସ ଫୋରମର ସଦସ୍ଯ ସୋମେନ୍ଦୁ ଶତପଥୀ, ଆଇନଜିବୀ ପ୍ରକାଶ ରାଉତ, ସାମାଜିକ କର୍ମୀ ରାମଚନ୍ଦ୍ର ଦେବତା, ଭୋଜରାଜ ସାହୁ, ବିକାଶ ନାୟକ, ବିଶ୍ବଜିତ ବରାଳ, ବୈକୁଣ୍ଠ ନାଥ ଦ୍ବିବେଦୀ, ଉତ୍ତମ ଦାସ,ବିଶ୍ବଜିତ ବରାଳ, ନିମେଇଁ ଚରଣ ସାହୁ, ସୁଶାନ୍ତ ଦଳେଇ, ଦିବ୍ଯଜ୍ଯୋତି ନାୟକ ପ୍ରମୂଖ ଯୋଗ ଦେଇଥିଲେ । ଏହି ପରି ସପ୍ତାହବ୍ଯାପି କଳାପତାକା ପଦଯାତ୍ରା ଢେଙ୍କାନାଳ ଗଡଜାତରେ ଜାରୀ ରହିବ ବୋଲି ରାଜ୍ଯ ଆବାହକ ଶ୍ରୀ ସୁବାସ ଚନ୍ଦ୍ର ପଟ୍ଟନାୟକ କହିଥିଲେ ଓ ସମସ୍ତ ଭାଷା ପ୍ରେମୀଙ୍କୁ ଏହି ପଦଯାତ୍ରାରେ ଯୋଗଦାନ କରିବାକୁ ଆମନ୍ତ୍ରଣ କରିଥିଲେ ।