ଟାଙ୍ଗୀ:-୦୭/୦୮ (ବିନୁ ଦାସ), ସ୍ପାର୍କ ରାଇଜର କରାଟେ ଏକାଡେମୀ,ବାଲୁଗାଁ, ଟାଙ୍ଗି ଶାଖା ପକ୍ଷରୁ ମେଡାଲ ବଣ୍ଟନ କାର୍ଯ୍ୟକ୍ରମ ଅପସରା କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଟାଙ୍ଗି ଥାନା ଆଇଆଇସି ବିଜୟ କୁମାର ମଲ୍ଲିକ ସମ୍ମାନିତ ଅତିଥିଭାବେ ଟାଙ୍ଗି ଅଗ୍ନିଶ୍ରମ ବିଭାଗର ଅଧିକାରୀ ଅଭିନାଶ ପୃଷ୍ଟି ଯୋଗଦେଇ ଥିଲେ। ଅନ୍ୟତମ ଏଠିଥି ଭାବେ ଅନୁଷ୍ଠାନର ପରିଚାଳନା ନିର୍ଦେଶକ ବିଭୁତି ଭୂଷଣ ବୈଦ୍ୟ ଏବଂ ଟାଙ୍ଗି ଶାଖାର ମୁଖ୍ୟ ଦୁର୍ଯ୍ୟଧାନ ମାନସିଂହ ଯୋଗ ଦେଇଥିଲେ। ନିରବଚ୍ଛିନ୍ନ ଭାବେ ଦୀର୍ଘ ଆଠ ବର୍ଷ ହେଲା ଟାଙ୍ଗି କରାଟେ ସ୍କୁଲର ମୁଖ୍ୟ ଶ୍ରୀଯୁକ୍ତ ମାନସିଂହ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରଶିକ୍ଷଣ ଦେଇଆସୁଛନ୍ତି।
ଏହି ସ୍କୁଲର ଟ୍ରେନର ଶ୍ରୀଯୁକ୍ତ ମାନସିଂଙ୍କ ଅକ୍ଲାନ୍ତ ପରିଶ୍ରମ ଓ ପ୍ରଚେଷ୍ଟା ଯୋଗୁଁ ଏହି ଛାତ୍ରଛାତ୍ରୀମାନେ ଗୋଟେ ପରେ ଗୋଟେ ସଫଳତା ପାଇଆସୁଛନ୍ତି। ଏକ ବର୍ଣ୍ଣାଢ୍ୟ ପରିବେଶରେ ଜାତୀୟ ସ୍ତରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥୀମାନଙ୍କ ଦ୍ଵାରା ଗୋଲଡ଼ ମେଡାଲ, ସିଲଭର ଓ ବ୍ରୋଞ୍ଚ ମେଡାଲ ପ୍ରଦାନ କରାଯାଇଥିଲା।ମୁଖ୍ୟ ଅତିଥି ଟାଙ୍ଗୀ ଥାନାଧିକାରୀ ଉପସ୍ଥିତ ଛାତ୍ରଛାତ୍ରୀ ଏବଂ ଅଭିବାବକ ମାନଙ୍କୁ କହିଥିଲେ କି ଅଧୁନା ସମାଜରେ ଘଟୁଥିବା ଅପରାଧରେ ନିଜକୁ ସୁରକ୍ଷିତ ରଖିବାକୁ ହେଲେ ଆତ୍ମରକ୍ଷା କୌଶଳ ଯାହାକି ଜୁଡୋ ଏବଂ କରାଟେ ଶିକ୍ଷା ଲାଭ କରିବା ଉଚିତ ଏବଂ ପ୍ରତି ଅଭିବାବକ ନିଜର ପିଲାମାନଙ୍କୁ ଏଭଳି ଶିକ୍ଷାଦାନ କରିବା ଉଚିତ।