ମାରୁତିସେନା ତରଫରୁ ଅସହାୟ ପରିବାରକୁ ସହାୟତା ପ୍ରଦାନ

ଢେଙ୍କାନାଳ,୦୧/୦୮:ସାମାଜିକ ସଂଗଠନ ମାରୁତି ସେନା ପକ୍ଷରୁ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅନ୍ତର୍ଗତ କନ୍ତାରିପାତ ଗ୍ରାମରେ ଅସହାୟ ଗରୀବ ପରିବାରକୁ ୧ ମାସ ର ରାସନ୍ ସାମଗ୍ରୀ ସହିତ ନିଜ ସାମର୍ଥ୍ୟ ମୁତାବକ କିଛି ଆର୍ଥିକ ସାହାଯ୍ୟ ପ୍ରଦାନ କରାଯାଇଛି। କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ବାଲିଗୋରୋଡ ପଂଚାୟତର କନ୍ତ।ରିପାତ ଗ୍ରାମର ଶିବ ସାମଲ ଦୀର୍ଘ 5 ବର୍ଷ ହେଲା କିଡ୍ନୀ ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ହୋଇଥିବା ସ୍ଥଳେ, ପରିବାରର ସମସ୍ତ ସକ୍ଷମ ପରେ ମଧ୍ୟ ଗତ ଜୁଲାଇ14 ତାରିଖ ରେ ମୃତ୍ୟୁ ବରଣ କରିଛନ୍ତି । ତାଙ୍କ ପରିବାର କହିଲେ ଏକ 85 ବର୍ଷର ବୃଦ୍ଧା ମା, ସ୍ତ୍ରୀ ଏବଂ 8ବର୍ଷର ପୁଅ ଅଛନ୍ତି । ପରିବାରର ରୋଜଗାର କ୍ଷମ କହିଲେ ଶିବ ସାମଲ ଏକା ଥିବାରୁ ତାଙ୍କ ପରେ ଏବେ ସର୍ବସାନ୍ତ ହୋଇଯାଇଛି । ତାଙ୍କର ଏପରି ଦୁର୍ଦିନରେ ସମାଜସେବୀ ସଂଗଠନ ମରୁତିସେନା ତାଙ୍କ ପାଖରେ ଠିଆ ହୋଇ ସାନ୍ତ୍ୱନା ଦେବା ସହ ପରିବାରକୁ ସାନ୍ତ୍ୱନା ମୂଳକ ଏକମାସର ରାସନ ସାମଗ୍ରୀ ଏବଂ କିଛି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଏଥି ସଂଗେ ସଂଗେ ବିଭିନ୍ନ ସାମାଜିକ ସଂଗଠନ ଏବଂ ସରକାରୀ ଯୋଜନାରେ ତାଙ୍କୁ ସହାୟତା କରିବା ପାଇଁ ଅନ୍ୟମାନଙ୍କୁ ଆହ୍ୱାନ ମଧ୍ୟ ଦେଇଛନ୍ତି ।ଆଜିର ଏହି କାର୍ଯ୍ୟ କ୍ରମ ରେ ସଂଗଠନ ର ଜିଲ୍ଲା ସଭାପତି ବିକାଶ ଚନ୍ଦ୍ର ବେହେରା, ଦିଲ୍ଲୀପ କୁମାର ସାହୁ, ବିରେନ୍ କୁମାର ବେହେରା, ସିଦ୍ଧାନ୍ତ ବେହେରା, ମାନସ ଭୂତିଆ, ବିରେନ୍ଦ୍ର ସେଠୀ , ସୌମ୍ୟ ରଞ୍ଜନ ସାମଲ ଙ୍କ ସମେତ ସମସ୍ତ ସଭ୍ୟ ଉପସ୍ଥିତ ଥିଲେ ।