ଟାଙ୍ଗୀ ୧୦/୦୭(ବିନୁ ଦାସ୍), ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଦେବାଶିଷ ଷଡ଼ଙ୍ଗୀ ଙ୍କୁ ସଙ୍ଘବଧ ଆକ୍ରମଣ କରିଛନ୍ତି କିଛି ଅସାଧୁ ଯୁବକ।ପ୍ରାପ୍ତ ସୂଚନା ମୁତାବକ ଜନୈକ ଯୁବକ ମାନେ ଜଣେ ଛୋଟ ଛୁଆକୁ ପିଡ୍ସ ମାରୁଥିବା ବେଳେ ଚିକିତ୍ସା କରିବାକୁ ଆସିଥିଲେ । ସେହି ସମୟରେ ଡାକ୍ତର ଦେବାଶିଷ ଷଡ଼ଙ୍ଗୀ ଅନ୍ୟ ରୋଗୀ ଦେଖାରେ ବ୍ୟସ୍ତ ଥିବା ଏବଂ ଯୁବକ ମାନେ ବିନା ମାସ୍କରେ ଡାକ୍ତରଖାନାରେ ପହଞ୍ଚି ଥିଲେ। କିନ୍ତୁ ଡାକ୍ତର ଷଡ଼ଙ୍ଗୀ ରୋଗୀର ସମର୍କୀୟଙ୍କୁ ମାସ୍କ ପିନ୍ଧି ଆସିବାକୁ କହିଥିଲେ ।
ଯାହା ଫଳରେ ସାମାନ୍ୟ ବଚସାରୁ ପରିସ୍ଥିତି ଅଣାୟତ ହେବା ସହ ଡାକ୍ତରଖାନା ପରିସରରେ ଯୁବକମାନେ ଡାକ୍ତର ଷଡ଼ଙ୍ଗୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ଡାକ୍ତରଖାନା ପରିସରରେ ଥିବା ଚୌକିରେ ମଧ୍ୟ ବାଡେଇବାକୁ ପଛେଇ ନଥିଲେ । ଘଟଣା ସ୍ଥଳରେ ଟାଙ୍ଗୀ ପୋଲିସ ର ଏକ ଟିମ୍ ଉତ୍ୟକ୍ତ ଯୁବକ ମାନଙ୍କୁ କାବୁ କରି ଦୁଇଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ସହଯୋଗୀ ମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଯୁବକଙ୍କ ସଙ୍ଘବଧ ଆକ୍ରମଣ ରେ ଡାକ୍ତର ଷଡ଼ଙ୍ଗୀ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ବେଳେ ଡାକ୍ତରଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି ।
ଅପରପକ୍ଷରେ ଟାଙ୍ଗୀ ଥାନାଧିକାରୀ ବିଜୟ ମଲ୍ଲିକ ଘଟଣାକୁ ଗୁରୁତ୍ୱ ନେଇ ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଚାନ୍ଦପୁର ଶାସ୍ତ୍ରୀ ନଗର ଅଞ୍ଚଳର ନବ ପ୍ରଧାନ ଏବଂ ତାଙ୍କ ପୁତ୍ର ସିଲୁ ପ୍ରଧାନକୁ ଗିରଫ କରିବା ସହ ଅନ୍ୟ ଫେରାର ଅଭିଯୁକ୍ତ ମାନଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି କରିଛନ୍ତି।